fbpx
BSKY
BJD MC SKY
BJD YOUTH SKY

ଅଭିଯୁକ୍ତ ହେପାଜତରୁ ଖସିବାକୁ ଚେଷ୍ଟା କରୁଥିଲେ ତାକୁ ଏନକାଉଣ୍ଟରରେ ମାରିବା ଉଚିତ୍: ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା

ଗୌହାଟି: ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଭାର ସମ୍ଭାଳିବା ପରେ ହୋଇଥିବା କିଛି ଏନକାଉଣ୍ଟରକୁ ଯଥାର୍ଥ ବୋଲି ସୂଚାଇ ସୋମବାର ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଅପରାଧି ଯଦି ଖସିଯିବାକୁ ଚେଷ୍ଟା କରେ ଅବା ଗୁଳି ମାରିବା ପାଇଁ ପୁଲିସ୍ ଠାରୁ ବନ୍ଧୁକ ଛଡାଇନେବାକୁ ଚେଷ୍ଟା କରେ ତାହାହେଲେ ତାକୁ ଏନକାଉଣ୍ଟର କରିବା ଏକ ପ୍ୟାଟର୍ନ ହେବା ଉଚିତ୍ । ତେବେ ଆସାମରେ ବଢ଼ୁଥିବା ଏନକାଉଣ୍ଟର୍ ସଂଖ୍ୟାକୁ ନେଇ ଆରୋପ-ପ୍ରତ୍ୟାରୋପ ଜୋରସୋରରେ ହେବାକୁ ଲାଗିଛି । ନିକଟ ଅତୀତରେ ଏନକାଉଣ୍ଟରରେ ରାଜ୍ୟରେ ହେପାଜତରୁ ଖସିଯିବାକୁ ଚେଷ୍ଟା କରୁଥିବା ପ୍ରାୟ ୧୨ଜଣ ସନ୍ଦିଗ୍ଧ ମାଓବାଦୀ ଏବଂ ଅପରାଧୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ଆସାମରେ ଥିବା ସମସ୍ତ ପୋଲିସ୍ ଷ୍ଟେସନ୍ ଇନ୍-ଚାର୍ଜଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତକାରରେ ବିଶ୍ୱ ଶର୍ମା କହିଛନ୍ତି ଯେ ଯଦି ଜଣେ ଅଭିଯୁକ୍ତ ସର୍ଭିସ୍ ବନ୍ଧୁକ ଛଡ଼ାଇ ପଳାଇବାକୁ ଚେଷ୍ଟା କରୁଛି ଓ ସେ ଜଣେ ବଳାତ୍କାରୀ ହୋଥଇଥାଏ ତେବେତାର ଗୋଡ଼କୁ ଗୁଳି କରିପାରିବେ, ଏଥିପାଇଁ ସରକାର ଅନୁମତି ଦେଇଛନ୍ତି । କିନ୍ତୁ ଛାତିକୁ ମାରିପାରିବେ ନାହିଁ । ସୋରେନ୍ କହିଛନ୍ତି ଯେ ଯଦି ଅଭିଯୁକ୍ତ କିମ୍ବା ଅପରାଧୀମାନେ ପ୍ରଥମେ ଗୁଳି ଚଳାନ୍ତି କିମ୍ବା ଖସିଯିବାକୁ ଚେଷ୍ଟା କରନ୍ତି, ତେବେ ଆଇନ ଅନୁଯାୟୀ ପୁଲିସ୍ କୁ ଚଳାଇବା ଦରକାର । ସେ କହିଛନ୍ତି ଯେ ସାଧାରଣ ପ୍ରକ୍ରିୟାରେ ଅଭିଯୁକ୍ତଙ୍କୁ ଚାର୍ଜସିଟ ଦାଖଲ କରାଯିବ ଏବଂ ଦଣ୍ଡିତ କରାଯିବ ।

Get real time updates directly on you device, subscribe now.