fbpx

‘ପ୍ରେମ ଥିଲା, କିନ୍ତୁ ପ୍ରିୟଦର୍ଶିନୀ ସହ ତିକ୍ତତା କାହିଁକି ହେଲା ଜାଣିନି’… କହିଲେ ଜଗନ୍ନାଥଙ୍କ ମା’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରିୟଦର୍ଶିନୀ ଓ ଜଗନ୍ନାଥଙ୍କ ମଧ୍ୟରେ ରହିଥିଲା ପ୍ରେମ । ତେବେ ପ୍ରିୟଦର୍ଶିନୀଙ୍କ ବିବାହ ପରେ ସେଥିରେ ପଡ଼ିଥିଲା ପୂର୍ଣ୍ଣଚ୍ଛେଦ । କିନ୍ତୁ ଗତବର୍ଷ ଲକଡାଉନ୍ ସମୟରୁ ପୁଣି ଆରମ୍ଭ ହୋଇଥିଲା ଉଭୟଙ୍କ ସମ୍ପର୍କ । ସବୁ ଠିକଠାକ୍ ଚାଲିଥିଲା; ହଠାତ୍ କାହିଁକି ଦୁହିଁଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହେଲା ତାହା ଜାଣିନି । ଏଭଳି ମତ ରଖିଛନ୍ତି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମା’ ସାବିତ୍ରୀ ।

ଭୀମଟାଙ୍ଗି ମର୍ଡର ମିଷ୍ଟ୍ରି ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଅଭିଯୁକ୍ତ ଜଗନ୍ନାଥଙ୍କ ଚିଠି ଓ ବୟାନକୁ ନେଇ ପୋଲିସ୍ ପ୍ରାରମ୍ଭିକ ତଦନ୍ତରୁ ପ୍ରିୟଦର୍ଶିନୀଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛି । ଏଥିସହ ୩ବର୍ଷର କୁନିପୁଅ ମାଲିକଘର ଉପର ମହଲାକୁ ଚାଲିଯାଇଥିବାରୁ ଜଗନ୍ନାଥଙ୍କ କୋପରୁ ବର୍ତ୍ତି ଯାଇଥିବା କୁହାଯାଉଛି । ସେପଟେ ପ୍ରିୟଦର୍ଶିନୀଙ୍କ ସ୍ୱାମୀଙ୍କୁ ହ୍ୱାଟ୍ସଆପ୍ ରେ ଭିଡିଓ କଲ୍ କରାଯାଇଥିବା ଏବଂ ସେଥିରେ ସ୍ତ୍ରୀ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିବା ସେ ଦେଖିଥିବା କହିସାରିଛନ୍ତି ।

ଅନ୍ୟପକ୍ଷରେ ରାକେଶଙ୍କ ବନ୍ଧୁଙ୍କ ଗହଣରୁ ଜଣାପଡ଼ିଛି ଯେ ପ୍ରିୟଦର୍ଶିନୀ ଓ ରାକେଶଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିଲା । କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରିୟଦର୍ଶିନୀ ଓ ରାକେଶଙ୍କ ମଧ୍ୟରେ ଜଗନ୍ନାଥର ଏଣ୍ଟ୍ରିକୁ ନେଇ କୁଆଡ଼େ ଦାମ୍ପତ୍ୟରେ ଥିଲା କିଛି ଅସନ୍ତୋଷ । ସେ ଯାହାହେଉ ପୋଲିସ୍ ତଦନ୍ତରୁ ଆଗକୁ ଆହୁରି ତଥ୍ୟ ପ୍ରକାଶ ପାଇବା ନେଇ ସାଧାରଣରେ କୁହାଯାଉଛି । କିନ୍ତୁ ପ୍ରେମ ଓ ବିଚ୍ଛେଦ ପରେ ଗତବର୍ଷରୁ ପୁଣି ସମ୍ପର୍କ ସୃଷ୍ଟି ହେବା ନେଇ ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ସେହିପରି ଯଦି ସମ୍ପର୍କ ଭଲ ଥିଲା ତେବେ ହଠାତ୍ ତାହା ଏଭଳି ରୂପ କାହିଁକି ନେଲା ଓ ଜଗନ୍ନାଥ ପ୍ରାଣାନ୍ତକ ଆକ୍ରମଣ ପାଇଁ କାହିଁକି ପ୍ରସ୍ତୁତ ହୋଇଗଲା? ପୁନଶ୍ଚ ସମ୍ପର୍କ ପରେ ପ୍ରିୟଦର୍ଶିନୀ ଚାପରେ ରହୁଥିଲେ କି? ତାଙ୍କୁ ଜଗନ୍ନାଥ କୌଣସି କଥା ପାଇଁ ବାଧ୍ୟ କରୁଥିଲା କି? ଏଭଳି ଅନେକ କଥାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି ।

Get real time updates directly on you device, subscribe now.