fbpx
BJD SKY
BJD SKY

ପୁରୀ ବ୍ୟତୀତ ଅନ୍ୟ କେଉଁଠି ବି ହୋଇପାରିବ ନାହିଁ ରଥଯାତ୍ରା: ସୁପ୍ରିମକୋର୍ଟ

BJD

ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ଜାରି ରହିଥିବାରୁ ବିନା ଭକ୍ତରେ ଯାତ୍ରା ଅନୁଷ୍ଠିତ ହେବ । ତେବେ ଇତି ମଧ୍ୟରେ ସୁପ୍ରିମକୋର୍ଟ ଆଜି ଏକ ବଡ଼ ନିଷ୍ପତି ଶୁଣାଇଛନ୍ତି । ସେ କହିଛନ୍ତି ଯେ, କେବଳ ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କେଉଁଠି ବି ରଥଯାତ୍ରା ଅନୁଷ୍ଠିତ ହୋଇପାରିବ ନାହିଁ । ସିଜେଆଇ ଏନ୍ ଭି ରମଣାଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ଅନ୍ୟ ରାଜ୍ୟ ମାନଙ୍କରେ ରଥାଯାତ୍ରା କରିବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି । କେନ୍ଦ୍ରପଡା, ନୀଳଗିରି, ଭଟଲିରେ ରଥଯାତ୍ରା ନେଇ ଆବେଦନ କରାଯାଇଥିଲା । କିନ୍ତୁ ଏହାକୁ ସୁପ୍ରିମ୍ କୋର୍ଟ ଖାରଜ କରି ଦେଇଛନ୍ତି । ପୂର୍ବରୁ ହାଇକୋର୍ଟରେ ବି ଏହି ଆବେଦନକୁ ଖାରଜ କରିଦିଆଯାଇଥିଲା । ଆବେଦନକାରୀମାନେ ହାଇକୋର୍ଟର ନିଷ୍ପତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ ରଥଯାତ୍ରା କରିବା ନେଇ ହୋଇଥିବା ଏକାଧିକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.