fbpx

ଖାଇସାରିବା ପରେ ଥଣ୍ଡା ପାଣି ପିଉଥିଲେ ହୋଇଯାଆନ୍ତୁ ସାବଧାନ, ଏହି ସମସ୍ୟାରେ ପଡିପାରନ୍ତି!

ବହୁ ଲୋକ ଅଛନ୍ତି ଯେଉଁମାନେ ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇଥାନ୍ତି। ଥଣ୍ଡା ପାଣି ପିଇଲେ ଭଲ ଲାଗିଥାଏ କିନ୍ତୁ ଏହା  ଶରୀର ପାଇଁ ହାନିକାରକ ହୋଇଥାଏ। ଥଣ୍ଡା ପାଣି ପିଇବା ଦ୍ୱାରା ଆପଣ ହୃଦ୍‌ରୋଗର ଶିକାର ହୋଇପାରନ୍ତି। ତେବେ ଆସନ୍ତୁ ଜାଣିବା ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବା ଦ୍ୱାରା କ’ଣ ସବୁ ସମସ୍ୟା ଦେଖାଯାଇଥାଏ।

ଖାଇବା ପରେ ତୁରନ୍ତ ଥଣ୍ଡା ପାଣି ପିଇଲେ ଖାଦ୍ୟ ହଜମ ହେବାରେ ସମସ୍ୟା ହୁଏ। ଏହାସହ ପେଟର ବୃହତ ଯନ୍ତ୍ର ସଙ୍କୁଚିତ ହୋଇଯାଏ ଯାହା ଫଳରେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଏ।

ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇଲେ ହୃତ୍‌ପିଣ୍ଡରେ ସମସ୍ୟା ଦେଖାଯାଏ। ଏହାସହ ହୃଦ୍‌ଘାତ ହେବାର ଆଶଙ୍କା ବଢ଼ିଯାଏ।

ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବା ଦ୍ୱାରା ଶରୀରର ପାଚନ ଶକ୍ତି କମିଯାଏ।  ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ କମାଇ ଦିଏ।

ଖାଇସାରିବା ପରେ ଥଣ୍ଡା ପାଣି ପିଇଲେ ମୋଟାପଣ ଭଳି ସମସ୍ୟା ଦେଖାଯାଇଥାଏ।

Get real time updates directly on you device, subscribe now.