fbpx

ଓଠ ଉପର କେଶରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ଯଦି କିଛି ଦିନ ମଧ୍ୟରେ ଆପଣଙ୍କ ଓଠ ଉପର କେଶ ଦେଖାଦେଉଛି, ଓ ଏଥିପାଇଁ ଆପଣଙ୍କୁ ପାର୍ଲର ଯିବାକୁ ପଡୁଛି ତେବେ ଆପଣାନ୍ତୁ ଘରୋଇ ଉପଚାର । ତେବେ ଆସନ୍ତୁ ଜାଣିବା କିଛି ନୂଆ ଟିପ୍ସ ବିଷୟରେ, ଯାହା ଆପଣଙ୍କ ଅପର ଲିପ୍ସ ଓ ଓଠର ଉପର କେଶକୁ ହଟାଇବାରେ ସାହାର୍ଯ୍ୟ କରିବ ।
-ଗୋଟିଏ ପାତ୍ରରେ ଦହି ଗୋଟିଏ ଚାମଚ ଓ ଚାଉଳ ଚୂନା ଗୋଟିଏ ଚାମଚ ନିଅନ୍ତୁ । ଏବେ ଏହାକୁ ପେଷ୍ଟ କରି ଓଠର ଉପରେ ଲଗାନ୍ତୁ । କିଛି ସମୟ ଶୁଖିଲା ପରେ ଏହାକୁ ହାତରେ ରଗଡିକି ଧୋଇଦିଅନ୍ତୁ ।
– ସେହିପରି କିଛି ଚିନି ଓ ଲେମ୍ବୁ ଲେମ୍ବୁ ରସକୁ ଗୋଟିଏ ପାତ୍ରରେ ରଖି ଭଲ ଭାବରେ ମିଶାନ୍ତୁ । ବର୍ତ୍ତମାନ ଏହି ପେଷ୍ଟକୁ ଉପର ଓଠରେ ୧୦-୧୫ ମିନିଟ୍ ପାଇଁ ଛାଡିଦିଅନ୍ତୁ । ତା’ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ ।
– ଗୋଟିଏ ଚାମଚ କ୍ଷୀର ଏବଂ ୧ ଟେବୁଲ୍ ଚାମଚ କଦଳୀର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ତା’ପରେ ଏହାକୁ ଉପର ଓଠରେ ଲଗାନ୍ତୁ ଏବଂ ଶୁଖିଗଲେ ଏହାକୁ ହାଲୁକା ହାତରେ ଘଷନ୍ତୁ ।

Get real time updates directly on you device, subscribe now.