ଓଡିଶା ଭାସ୍କର: ଜୀବନକାଳ ମଧ୍ୟରେ ସମସ୍ତଙ୍କର ସ୍ୱପ୍ନ ଥାଏ ଯେ, ନିଜର ଗୋଟେ ସୁନ୍ଦର ଘର ତିଆରି କରିବା। ସେ ଜାଗା କିଣି ହେଉ କିମ୍ବା ପୂର୍ବରୁ ଥିବା ଜାଗାରେ ହେଉ। କେହି କେହି ତ ଘର ତିଆରି ନକରି ସିଧାସଳଖ ଭାବରେ ଘର ହିଁ କିଣି ଦେଇଥାନ୍ତି। ତେବେ ଘରଟିଏ କିମ୍ବା ଜାଗାଟିଏ କିଣିବା ପୂର୍ବରୁ ନିଶ୍ଚିନ୍ତ ଭାବରେ ବାସ୍ତୁ ଉପରେ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ।
କାରଣ ଘର କିମ୍ବା ଜାଗାରେ ବାସ୍ତୁଦୋଷ ରହିଲେ ପରବର୍ତ୍ତୀ ସମୟରେ ଘରର ସଦସ୍ୟମାନେ ବିଭିନ୍ନ ପ୍ରକାର ସମସ୍ୟା ଓ ବିପଦର ସମ୍ମୁଖୀନ ହୋଇପାରନ୍ତି ବୋଲି କୁହାଯାଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଘର କିମ୍ୱା ଜାଗା କିଣିବା ପୂର୍ବରୁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍।
1. ଯେଉଁଠାରେ ରାସ୍ତା ଶେଷ ହେଉଛି, ସେପରି ସ୍ଥାନରେ ଘର କିଣିବା ଉଚିତ ନୁହେଁ। ଏହାକୁ ବାସ୍ତୁଶାସ୍ତ୍ରରେ ଅଶୁଭ ବୋଲି କୁହାଯାଇଥାଏ।
2. ଘର ନିକଟରେ ବଡ଼ ଗଛ ବା ଇଲେକ୍ଟ୍ରିଟ୍ରାନ୍ସଫର୍ମର୍ ଥିଲେ, ସେଠାରେ ଘର କିମ୍ବା ଜାଗା କିଣନ୍ତୁ ନାହିଁ। ଏପରି ହେଲେ ଆପଣଙ୍କର ଉନ୍ନତିରେ ବାଧା ଉପୁଜିପାରେ।
3. ମଶାଣି, ଡାକ୍ତରଖାନା ଓ ଜେଲ୍ ନିକଟବର୍ତ୍ତୀ ଅଞ୍ଚଳରେ ଘର କିମ୍ୱା ଜାଗା କିଣିବା ଅନୁଚିତ। ବାସ୍ତୁ ଅନୁସାରେ ଏଭଳି ସ୍ଥାନରେ ଘର କିମ୍ବା ଜାଗା କିଣିଲେ ଅଭାବ ଅନାଟନ ଲାଗି ରହିବା ସହ ଘରେ କଳି ଝଗଡ଼ା ଲାଗି ରୁହେ।
4. କିଣୁଥିବା ଘର ନିକଟରେ ଯଦି ବଡ଼ ପାହାଡ଼ ଥାଏ, ତେବେ ସେଭଳି ସ୍ଥାନରେ ଘର ଘର କିଣିବା କି ତିଆରି କରିବା ଉଚିତ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ଅଶୁଭ ହୋଇଥାଏ। ଏହା ଦ୍ୱାରା ପରିବାର ଉପରେ ନକରାତ୍ମ ଶକ୍ତିର ପ୍ରଭାବ ପଡ଼ିଥାଏ।