fbpx
BSKY
BJD MC SKY
BJD YOUTH SKY

ସାବଧାନ! ଏହି ମୋବାଇଲ କିଣିଲେ ଯାଇପାରନ୍ତି ଜେଲ, ଦେବେ ଜରିମାନା

ନୂଆଦିଲ୍ଲୀ: ପ୍ରମିୟମ ଫୋନ ପ୍ରତି ଖୁବ ଆକର୍ଷିତ ହେଉଛନ୍ତି ଆଜିକାଲିର ସ୍ମାର୍ଟଫାନ ୟୁଜର । ଏହି ମୋବାଇଲକୁ ବ୍ୟବହାର କରିବାରୁ ୟୁଜର୍ସ ମାନେ ସେକେଣ୍ଡ ହ୍ୟାଣ୍ଡ ଫୋନ କିଣିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି । କିନ୍ତୁ ବର୍ତ୍ତମାନ ସେକେଣ୍ଡ ହ୍ୟାଣ୍ଡ ମୋବାଇଲ କିରିବା ଦ୍ୱାରା ଆପଣଙ୍କୁ କେଉଁ ପ୍ରକାର କ୍ଷତି ହୋଇପାରେ । ଏହି ଭୁଲ ପାଇଁ ଆପଣଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହିତ ଜରିମାନା ଦେବାକୁ ପଡିପାରେ । ଆପଣ ମଧ୍ୟ ଯଦି ସେକେଣ୍ଡ ହ୍ୟାଣ୍ଡ ମୋବାଇଲ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇ ଯାଆନ୍ତୁ ।

ଚୋରା ଫୋନ କିଣିବା କିମ୍ବା ବ୍ୟବହାର କରୁଥିବା ବେଳେ ଯଦି ପୋଲିସ ଧରିନିଏ, ତେବେ ୟୁଜରଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ହେବା ସହିତ ଜରିମାନା ଲଗା ଯାଇପାରେ । ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ ର ଧାରା ୬୬ (ଖ) ଅନୁଯାୟୀ ଏହି ଦଣ୍ଡ ଦିଆଯାଇଛି । ଯେଉଁଥିରେ ଦଣ୍ଡ ସହିତ ଜରିମାନା ମଧ୍ୟ ଦିଆଯାଇପାରେ । ତେବେ ଯଦି ଆପଣ କୌଣସି ପ୍ରିମିୟମ୍ ବା ସେକେଣ୍ଡ ହ୍ୟାଣ୍ଡ ଫୋନ କିଣିବା ବେଳେ ନିଜ ଚିହ୍ନା କିମ୍ବା ପରିଚିତ ବ୍ୟକ୍ତିଙ୍କ ନିକଟରୁ କିଣନ୍ତୁ । ଏହାସହିତ ଫୋନ କିଣିବା ବେଳେ ଜିଏସଟି ନମ୍ବର ଥିବା ଏହାର ପ୍ରକୃତ ବିଲ୍ ମଧ୍ୟ ମାଗି ନିଅନ୍ତୁ । ଫୋନ ବିକୁଥିବା ବ୍ୟକ୍ତିଙ୍କ ଆଧାର କାର୍ଡ କିମ୍ବା ଡ୍ରାଇଭିଙ୍ଗ ଲାଇସେନ୍ସର ଏକ ଫଟୋ କପି ନିଶ୍ଚୟ ରଖିବା ଆବଶ୍ୟକ । ଏହାଦ୍ୱାରା ସେହି ବ୍ୟକ୍ତିଙ୍କ ବିଷୟରେ ସମସ୍ତ ତଥ୍ୟ ଆପଣଙ୍କ ପାଖରେ ରହିବ ।

କୌଣସି ବ୍ୟକ୍ତିଙ୍କର ଫୋନ ଚୋରି ହେବା ପରେ ୟୁଜର ଏହାକୁ ନେଇ ମାମଲା ରୁଜୁ କରିଥାନ୍ତି । ତେବେ ପୋଲିସ ଚୋି ହୋଇଥିବା ମୋବାଇଲର ଆଇଏମଇଆଇ ନମ୍ବରକୁ ଟ୍ରାକିଙ୍ଗରେ ପକାଇଥାଏ । ଯାହା ଫଳରେ ଫୋନ୍ ଅନ୍ ହେବା କ୍ଷଣି ପୋଲିସ ଏହାର ପ୍ରକୃତ ଠିକଣା ଚିହ୍ନଟ କରିବା ସହ ଏଥିରେ ବ୍ୟବୟାର କରୁଥିବା ମୋବାଇଲ ନମ୍ବରକୁ ଟ୍ରାକ କରିବାରେ । ଯାହାଦ୍ୱାରା ଚୋରି ହୋଇଥିବା ମୋବାଇଲ ଏବଂ ଏହାକୁ ବ୍ୟବହାର କରୁଥିବା ୟୁଜରଙ୍କ ନିକଟରେ ପୋଲିସ ସହଜରେ ପହଞ୍ଚିପାରେ ।

Get real time updates directly on you device, subscribe now.