fbpx
BJD SKY
BJD SKY

ଅନ୍ତର୍ଜାତିୟ ବିବାହ କଲେ ନବୀନ ସରକାର ଦେବେ ଅଢେଇ ଲକ୍ଷ ଟଙ୍କା: ଜାଣନ୍ତୁ କେମିତି କରିବେ ଆବେଦନ

BJD

ନୂଆଦିଲ୍ଳୀ: ସାମାଜିକ ଉତ୍ଥାନ ପାଇଁ ରାଜ୍ୟ ସରକାର ଏକ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନାର ନାମ ସୁମଙ୍ଗଳ ଯୋଜନା ରଖାଯାଇଛି । ଏହି ଯୋଜନା ଅନୁସାରେ ବିବାହ କଲେ ଦମ୍ପତ୍ତିଙ୍କୁ ଅଢେଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଅନ୍ତର୍ଜାତିୟ ବିବାହ କରୁଥିବା ଯୋଡି ଆବେଦନ କରିବା ସହିତ ଏହି ଯୋଜନାର ଫାଇଦା ଉଠାଇ ପାରିବେ । ତେବେ ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ସର୍ତ୍ତ ରଖାଯାଇଛି ।

କେବଳ ହିନ୍ଦୁ ଏବଂ ଅନୁସୂଚିତ ଜାତିର ହିନ୍ଦୁଙ୍କୁ ଏହି ସୁବିଧା ପ୍ରଦାନ କରାଯିବ । ହିନ୍ଦୁ ବିବାହ ଆଇନ ୧୯୫୫ ଅନୁଯାୟୀ ଏହି ବିବାହ ଆଇନତଃ ବୈଧ ହୋଇଥିବା ଦରକାର । ଉଭୟ ପତି ପତ୍ନୀ ଭାରତୀୟ ନାଗରିକ ତଥା ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ । ପତି ଅଥବା ପତ୍ନୀଙ୍କ ମଧ୍ୟରୁ ଜଣେ ଅନୁସୂଚିତ ଜାତିର ହୋଇଥିବା ଆବଶ୍ୟକ । ଏହି ଯୋଜନାର ଫାଇଦା କେବଳ ଥରୁଟିଏ ହାସଲ କରି ହେବ । ତେବେ କେବଳ ବିଧବା ମାନଙ୍କୁ ପୁନଃବିବାହର ଅନୁମତି ରହିଛି । ବିବାହ ପଞ୍ଜୀକରଣ ସାର୍ଟିଫିକେଟ, ଜଏଣ୍ଟ ଆକାଉଣ୍ଟ ପାସବୁକ୍ ଏବଂ ବାର୍ଥ ସାର୍ଟିଫିକେଟ ଦାଖଲ ପରେ ଏହି ଅର୍ଥ ରାଶି ମିଳିପାରିବ । ଏହି https://www.sumangal.odisha.gov.in/#/auth/login ଲିଙ୍କରେ କ୍ଲିକ୍ କରି ଆପଣ ଆବେଦନ କରିପାରିବେ ।

Get real time updates directly on you device, subscribe now.