fbpx

ରାତିରେ ନିଦ ହେଉନି କି? ତେବେ ଆପଣାନ୍ତୁ ଏହି ଉପାୟ

ଦିନସାରା କାମ ଓ ଥକାପଣ ଯୋଗୁଁ ନିଦ ଆସିବା ସ୍ୱାଭାବିକ କଥା, କିନ୍ତୁ କିଛି ଲୋକଙ୍କର ଏସବୁ ପରେ ବି ନିଦ ଆସିନଥାଏ । ନିଦ ନଆସିବା ସମସ୍ୟା ଏତେ ବଢିଯାଏ ଯେ, ତାହା ଆମ ମାନସିକ ସ୍ୱାସ୍ଥ୍ୟ ଉପରେ ବେଶ ପ୍ରଭାବ ପକାଇଥାଏ ।

ତେବେ ନିଦ ନଆସିବାର ବହୁ କାରଣ ରହିଛି । ମୁଣ୍ଡରେ ଚାପ ଓ କାମକୁ ନେଇ ଟେନସନ୍ ବଢିଥାଏ । ଏହାର ପ୍ରଭାବ ନିଦ ଉପରେ ପଡିଥାଏ । ଯଦି ଆପଣଙ୍କ ନିଦ ବାରମ୍ବାର ଭାଙ୍ଗି ଯାଉଛି ଓ ବିଚଳିତ ଅନୁଭବ ହେଉଛି, ତେବେ ତାହା ପଛରେ ରହିଛି ଆପଣଙ୍କ ଚିନ୍ତା ଓ ଡର । ଖରାପ ଲାଇଫ୍ ଷ୍ଟାଇଲ୍ ଯୋଗୁଁ ବି ବେଳେବେଳେ ବିଳମ୍ବରେ ନିଦ ଆସିଥାଏ ।

ନିଦ ସମସ୍ୟାରୁ ବଞ୍ଚିବାକୁ ହେଲେ ଆପଣ ଯେତେ ବି ବ୍ୟସ୍ତ ରହିଲେ ଶୋଇବାର ଗୋଟିଏ ସମୟ ନିର୍ଦ୍ଧାରିତ କରିବେ ।

-ଭଲ ଓ ଆରାମଦାୟକ ନିଦ ପାଇଁ ବେଡରୁମକୁ ସଫା ରଖନ୍ତୁ । ଯଦି ଆପଣଙ୍କ ଶୋଇବା ରୁମ ସଫା-ସୁତୁରା ରହିବ ତେବେ ମନ ବି ଶାନ୍ତ ରହିବ ଓ ନିଦ ଭଲରେ ହେବ ।

-ଦିନସାରା କାମ କରିବା ପରେ ଯଦି ଆପଣ ବିଶ୍ରାମ କରିବା ସମୟରେ ଟିଭି ବା କମ୍ପୂଟର ସହ ସମୟ ବିତାଉଛନ୍ତି, ତେବେ ସେଥିରୁ ବିରତ ରୁହନ୍ତୁ ।

– ରାତିରେ ଚା’, କଫି, ଅଧିକ ତେଲ ମସଲା ଓ ଅଧିକ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ।

– ଅନିଦ୍ରାରୁ ମୁକ୍ତି ପାଇବା ପାଇଁ ଶୋଇବା ପୂର୍ବରୁ ଗରମ କ୍ଷୀର ପିଇବା ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି ।

Get real time updates directly on you device, subscribe now.