fbpx

ରେଳଯାତ୍ରୀଙ୍କ ପାଇଁ ବଡ ଖବର: ଏଣିକି ଷ୍ଟେସନରେ ମାସ୍କ ନପିନ୍ଧିଲେ ଗଣିବେ ଅଧିକ ତଣ୍ଡ

ନୂଆଦିଲ୍ଲୀ,୮ ।୯: ରେଳ ଷ୍ଟେସନରେ ମାସ୍ପ ନପିନ୍ଧିବା ଦ୍ୱାରା ଆପଣଙ୍କୁ ଅଧିକ ଜୋରିମାନା ଦେବାକୁ ପଡିପାରେ । କରୋନା ମହାମାରୀର ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ରେଳ ଷ୍ଟସନରେ କୌଣସି ଯାତ୍ରୀଙ୍କୁ ବିନା ମାସ୍କରେ ଧରିଲେ ୫୦୦ ଟଙ୍କା ଜୋରିମାନା ନିଆଯାଉଛି । ଏହି ଟଙ୍କା ରାଜ୍ୟ ସରକାରଙ୍କ ଫଣ୍ଡକୁ ଯାଉଛି ଓ ଚାଲାଣ କାଟିବା କାମ ଜିଆରପି କରୁଛି ।

ତେବେ ବର୍ତ୍ତମାନ ସମଗ୍ର ଦେଶରେ ୨୩୦ଟି ଟ୍ରେନ୍ ଚଳାଚଳ ଜାରି ରହିଛି । ଆସନ୍ତା ୧୨ ସେପ୍ଟେମ୍ବରରୁ ୮୦ଟି ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ ହୋବକୁ ଯାଉଛି । ଏଭଳି ପରିସ୍ଥିତିରେ ସମସ୍ତ ଯାତ୍ରୀଙ୍କ କୋଭିଡ ନିୟମ ପାଳନ କରିବାକୁ ଦିର୍ଦ୍ଦେଶ ଦିଆଯାଉଛି ।

Get real time updates directly on you device, subscribe now.