fbpx

ଏଲଏସିରେ ପୁଣି ଉତ୍ତେଜନା

ନୂଆଦିଲ୍ଲୀ, ୮ା୯: ଏଲଏସିରେ ଭାରତ ଓ ଚୀନ ସେନା ମୁହାଁମୁହିଁ ପରିସ୍ଥିତି ହୋଇଛି । ରେଜାଙ୍ଗ-ଲା ରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଛନ୍ତି । ଏହାସହ ରେଜାଙ୍ଗ-ଲା ରେ ୪୦ ରୁ ୫୦ ସୈନିକ ଥିବା ସୂଚନା ମିଳିଛି । ସେଠାରେ ଭାରତୀୟ ସେନାକୁ ହଟାଇବାକୁ ଚୀନ ପ୍ରୟାସ କରୁଛି ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ବିଳମ୍ବିତ ରାତିରେ ଏଲଏସିରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟିଥିଲା । ଦୀର୍ଘ ୪୫ବର୍ଷ ପରେ ଏଲଏସିରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ଗୁଳିବିନିମୟ ହୋଇଥିଲା ।ଏହା ପୂର୍ବରୁ ୧୯୭୫ ମସିହା ପୂର୍ବରୁ ଉଭୟ ଦେଶ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ସେହିପରି ଚଳିତବର୍ଷ ଭାରତ-ଚୀନ ସୀମାନ୍ତ ଗଲୱାନା ଘାଟିରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ ଘଟିଥିଲେ ମଧ୍ୟ ସେତେବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଘଟି ନଥିଲା ।

Get real time updates directly on you device, subscribe now.