fbpx

ପୋଲିସ ଗାଡି ଧକ୍କାରେ ଜିଆରଏସଙ୍କ ମୃତ୍ୟୁ

ମାଲକାନଗିରି,୮ା୯(ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ପାଙ୍ଗମ ଗ୍ରାମ ନିକଟରେ ଘଟିଛି ଏକ ସଡ଼କ ଦୁର୍ଘଟଣା । ଆଜି ମାଥିଲି ଥାନାର କିଛି ପୋଲିସ ଅଧିକାରୀ ଏକ ବୋଲେରୋ ଯୋଗେ ଆସୁଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ମଟର ସାଇକେଲ ସହ ସାମ୍ନା ସାମ୍ନି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ବାଇକ ଆରୋହି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜନଙ୍କ ନାଏକଗୁଡା ଗ୍ରାମରେ କାର୍ଯ୍ୟରତ ଜିଆରଏସ ବାଲରାଜୁ ସାହୁ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବୋଲେରୋଟି ପଡି ରହିଛି । କିପରି ପୋଲିସ ବିଭାଗୀୟ ଗାଡ଼ି ଦ୍ରୁତ ଗତିରେ ଗାଡି ଚଲେଇ ନିରୀହ ଲୋକଙ୍କୁ ମୃତ୍ୟୁ ମୁଖରେ ଠେଲି ଦେଇଥିଲେ ଚିନ୍ତାର ବିଷୟ ପାଲଟିଛି । ଗାଡ଼ିରେ ଅନେକ ମଦ ବୋତଲ ଥିଲା ବୋଲି କିଛି ଗ୍ରାମବାସୀ ପ୍ରତ୍ୟେକ୍ଷ ଦର୍ଶୀ କହୁଛନ୍ତି ।

Get real time updates directly on you device, subscribe now.