fbpx

ଶସ୍ତା ହେଲା ସୁନା, ଜାଣନ୍ତୁ ୧୦ଗ୍ରାମ ପ୍ରତି କେତେ ଟଙ୍କା

ଦେଶରେ ମାଡ଼ି ଚାଲିଛି ମହାମାରୀ କରୋନା । କରୋନା ଭଳି ସୁନା ଦର ମଧ୍ୟ ବଢ଼ି ବଢ଼ି ଚାଲିଥିଲା । କିନ୍ତୁ ଏବେ କିଛି ଦିନ ହେବ ସୁନା ଦର ହ୍ରାସ ପାଇବାରେ ଲାଗିଛି । ଗତ ୩ଦିନ ଭିତରେ ସୁନା ୧୦ ଗ୍ରାମ ପିଛା ପାଖାପାଖି ୮୦୦ ଟଙ୍କା ହ୍ରାସ ପାଇଥିବା ନେଇ ସୂଚନା ମିଳିଛି । କିନ୍ତୁ ଗତ ମାସେ ହେବ ପ୍ରାୟ ୫୫୦୦ ଟଙ୍କା ସୁନା ଦର ହ୍ରାସ ପାଇଛି । ବର୍ତ୍ତମାନ ସୁନାର ମୂଲ୍ୟ ୧୦ଗ୍ରାମ ପିଛା ୫୦, ୬୯୦ଟଙ୍କା ରହିଛି । ସେହିପରି ରୂପା ରେଟ ମଧ୍ୟ କମିଛି । ରୂପା ରେଟ ପ୍ରାୟ ୧୨୦୦ ଟଙ୍କା ହ୍ରାସ ପାଇଛି । ଆଗକୁ ଆହୁରି ସୁନାଦର ହ୍ରାସ ହେବ ବୋଲି ଗ୍ରାହକମାନେ ଆଶା ରଖିଛନ୍ତି । ଅଗଷ୍ଟ ୭ରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୬,୨୦୦ ଥିବା ବେଳେ ସେବେଠାରୁ ସୁନା ମୂଲ୍ୟ ୫୫୦୦ଟଙ୍କା ହ୍ରାସ ପାଇଥିବା ସୂଚନା ରହିଛି ।

Get real time updates directly on you device, subscribe now.