fbpx

ବାଣ ଫୁଟାଇବାର ଥିଲେ ଅଲଗା ରାଜ୍ୟକୁ ଚାଲିଯାଅ… ବାଣ ଉପରେ ବ୍ୟାନ ନେଇ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ବାଣ ଉପରେ ବ୍ୟାନ୍ ଆଦେଶ ଜାରି ହୋଇଯାଇଛି । ଦିୱାଲିରେ ବାଣ ତିଆରିରୁ ଆରମ୍ଭ କରି ବିକ୍ରି ଏବଂ ଏହାର ବ୍ୟବହାର ଉପରେ ମଧ୍ୟ ରୋକ ଲଗାଇଛନ୍ତି ସରକାର । ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଅଦାଲତ ମଧ୍ୟ ଏହି ପଦକ୍ଷେପକୁ ସମର୍ଥନ କରିଛନ୍ତି । ବାୟୁ ଏବଂ ଶବ୍ଦ ପ୍ରଦୂଷଣ ଇତ୍ୟାଦିକୁ ରୋକିବା ପାଇଁ ବାଣ ଉପରେ ରୋକ ଲାଗିବା ନିହାତି ଆବଶ୍ୟକ । ତେଣୁ ବାଣ ଫୁଟାଇବାର ଥିଲେ ଅନ୍ୟ ରାଜ୍ୟକୁ ଚାଲିଯିବା ପାଇଁ କହିଛନ୍ତି ସୁପ୍ରିମକୋର୍ଟ ।

ରାଜଧାନୀ ଦିଲ୍ଲୀ ଏନସିଆର ସମେତ କିଛି ରାଜ୍ୟରେ ବାଣ ତିଆରିରୁ ନେଇ ବାଣ ଫୁଟାଇବା ଉପରେ ବ୍ୟାନ୍ ଲଗାଇଛନ୍ତି ସରକାର । ତେବେ ଏ ନେଇ ବିଜେପି ସାଂସଦ ମନୋଜ ତିୱାରୀ ଏବଂ ଆଡଭୋକେଟ୍ ଶଶାଙ୍କ ଶେଖର ଝା ସୁପ୍ରିମକୋର୍ଟରେ ମାମଲା ଉଠାଇଥିଲେ । କିନ୍ତୁ ସାଂସଦଙ୍କ ଏହି ଦାବିକୁ ଖାରଜ କରିବା ସହ ବାଣ ଉପରେ ଲାଗିଥିବା ପ୍ରତିିବନ୍ଧକରେ ହସ୍ତକ୍ଷେପ କରିବା ପାଇଁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ । ଏ ନେଇ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଯଦି କୌଣସି ରାଜ୍ୟ ସରକାର ସ୍ଥାନୀୟ ଅଞ୍ଚଳକୁ ଦୃଷ୍ଟିରେ ରଖି ବାଣ ଉପବରେ ପ୍ରତିବନ୍ଧକଲଗାଇବା ପାଇଁ ଚାହାନ୍ତି । ତେବେ ଏହା କରିପାରିବେ । ଅଦାଲତ ଏହି ମାମଲାରେ କୌଣସି ହସ୍ତକ୍ଷେପ କରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ତେବେ ଏହାପରେ ବି ଯଦି କେହି ବାଣ ଫୁଟାଇବା ପାଇଁ ଚାହୁଁଛନ୍ତି, ତେବେ ଅନ୍ୟ ରାଜ୍ୟକୁ ଚାଲି ଯାଆନ୍ତୁ, ଯେଉଁଠାରେ ବାଣ ଫୁଟାଇବାକୁ ଅନୁମତି ରହିଛି ଏବଂ କୌଣସି ପ୍ରକାରର ପ୍ରତିବନ୍ଧକ ଲଗା ଯାଇନାହିଁ ।

ସୂଚନା ଅନୁସାରେ, ଚଳିତ ବର୍ଷ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଦୀପାବଳି ସହ ଅନ୍ୟ ପର୍ବ-ପର୍ବାଣୀରେ ବାଣଫୁଟା ଉପରେ ପ୍ରତିବନ୍ଧକ ଜାରି ରହିବ । ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୋମବାର ଦିନ କହିଛନ୍ତି ଯେ, ଗତ କିଛି ବର୍ଷ ପରି ଏହି ବର୍ଷ ମଧ୍ୟ ଦେଶର ରାଜଧାନୀରେ ବାଣଫୁଟା ଉପରେ ରୋକ ଜାରି ରହିବ । ସେ କହିଛନ୍ତି ଯେ, ଏହି ପ୍ରତିବନ୍ଧକ କେବଳ ବାଣ ଫୁଟା ଉପରେ ନୁହେଁ ବିକ୍ରି ଉପରେ ମଧ୍ୟ ଲାଗିବ । ଅର୍ଥାତ ଦିଲ୍ଲୀର ସୀମା ଅଞ୍ଚଳରେ ଏହି ଗାଇଡଲାଇନ ପୂର୍ବ ଭଳି ଜାରି ରହିବ । ଏପରି କରୁଥିବା ଲୋକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୂଚନା ଦେଇ କହିଛନ୍ତି ଯେ, ବାଣଫୁଟା ଉପରେ ରୋକ ଲାଗିବା ପରେ ବାୟୁ ପ୍ରଦୂଷଣ କିଛି ମାତ୍ରାରେ କମିଛି । ଖାସକରି ବୃଦ୍ଧ ବ୍ୟକ୍ତି ଏବଂ ଶିଶୁମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ପ୍ରଦୂଷଣକୁ ନେଇ ସ୍ଥିତି ବର୍ତ୍ତମାନ ପର୍ୟ୍ୟନ୍ତ ଠିକ୍ ନାହିଁ । ଏହି କାରଣରୁ ଦିଲ୍ଲୀରେ ଶିତ ଋତୁରେ ବାଣ ଉପରେ ପ୍ରତିବନ୍ଧକ ଜାରି ରହିବ ।

Get real time updates directly on you device, subscribe now.