fbpx
BJD SKY
BJD SKY

ଆଖିଧରି ଥିଲେ ଏହା କରିବା ଦ୍ୱାରା ହୋଇଯିବେ ଅନ୍ଧ : ଲକ୍ଷଣ ଦେଖିବା ମାତ୍ରେ ଡାକ୍ତରଙ୍କ ସହ କରନ୍ତୁ ସଂପର୍କ

BJD

ନୂଆଦିଲ୍ଲୀ : ବର୍ଷା ଦିନରେ ଏହି ରୋଗ ପ୍ରାୟ ହୋଇଥାଏ । ଏହି ରୋଗଟି ପ୍ରାୟତଃ ପିଲାମାନଙ୍କ ପାଖରେ ଦେଖିବାକୁ ମିଳିଥାଏ । ଡାକ୍ତରଙ୍କ ଅନୁସାରେ ଏହା ଏକ ସଂକ୍ରମଣ ଜନିତ ରୋଗ । ଯେଉଁ ବ୍ୟକ୍ତି ସଂକ୍ରମଣ ବ୍ୟକ୍ତିର ସଂଶ୍ପର୍ଷରେ ଆସିବ କିମ୍ବା ବ୍ୟକ୍ତିର ଲୁହ ସମ୍ପର୍କରେ ଆସିବା ଦ୍ୱାରା ଏହା ସଂକ୍ରମିତ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହି ରୋଗର ଅନେକ ଲକ୍ଷଣ କହି ସତର୍କ କରିଛନ୍ତି ଯେ, ଏହି ରୋଗର ସଂଙ୍କେତ ଦେଖିବା ପରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ନଚେତ ଆଖିର ଦୃଷ୍ଟି ଶକ୍ତି ହରାଇ ଦେବେ ।

ଆସନ୍ତୁ ଜାଣିବା ଏହାର ଲକ୍ଷଣ –
୧. ଆଖି ଲାଲ ହେବା
୨. ଆଖିରୁ ପାଣି ବାହାରିବା
୩. ଆଖି ଖେଞ୍ଚି ହେବା ସହ ପୀଡା ହେବା
୪. ଆଖିରୁ ଲେଞ୍ଜରା ବାହାରିବା
୫. ଆଖି ଫୋଲିବା

ଆଖିଧରି ଥିଲେ ଏହି ସବୁ ପ୍ରତି ସାବଧାନ :
– ଆଖିକୁ ବାରମ୍ବାର ଛୁଅନ୍ତୁ ନାହିଁ
– ପୀଡିତ ବ୍ୟକ୍ତି କଳା ଚଷମା ପିନ୍ଧନ୍ତୁ
– ଆଖିକୁ ସଫା କରିବା ବେଳେ ଖରାପ କପଡାର ବ୍ୟବହାର କରନ୍ତୁ ନାହିଁ
– ପୀଡିତ ବ୍ୟକ୍ତି ଟିଭି କିମ୍ବା ମୋବାଇଲ ଦେଖନ୍ତୁ ନାହିଁ
– ଯଦି ଆଖିକୁ ଛୁଅନ୍ତି, ତେବେ ହାତକୁ ସାବୁନରେ ଧୋଇ ଦିଅନ୍ତୁ
– ନିଜ ଆଖିକୁ ଉଷୁମ ପାଣିରେ ସଫା କରନ୍ତୁ
– ଆଖିକୁ ସଫା କରିବା ପାଇଁ ସୂତା କପଡାର ବ୍ୟବହାର କରନ୍ତୁ
– କାହାରି ଆଖିକୁ ଦେଖନ୍ତୁ ନାହିଁ

ହରାଇ ପାରନ୍ତି ନିଜର ଦୃଷ୍ଟି ଶକ୍ତି :
ଡାକ୍ତରଙ୍କ ଅନୁସାରେ ଆଖିଧରା ଗମ୍ଭୀର ରୋଗ ନୁହେଁ । ଏହି ସଂକ୍ରମଣ ରୋଗଟି ଗୋଟିଏ ଅଅଖିରୁ ଆରମ୍ଭ ହୋଇ ଅନ୍ୟ ଅଅଖିକୁ ଶୀଘ୍ର ସଂକ୍ରମଣ ହୋଇଯାଏ । ଏହା ସାଧାରଣତଃ ଆଖିକୁ କୌଣସି କ୍ଷତି ନ ପହଁଞ୍ଚାଇ ୧-୨ ସପ୍ତାହରେ ଠିକ ହୋଇଯାଏ । କିନ୍ତୁ ଏହାକୁ ହାଲକାରେ ନେବା ଏବଂ ନିଜ ସ୍ତରରେ ଚିକିସ୍‌ôା କରିବା ଠିକ ନୁହେଁ । ଏପରି କରିବା ଦ୍ୱାରା ଆଖିର ଦୃଷ୍ଟି ଶକ୍ତି ହରାଇ ଦେବେ । ଏଥିଯୋଗୁଁ ଲକ୍ଷଣ ଦେଖିବା କ୍ଷଣି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ସାବଧାନତା ରଖିବା ଆବଶ୍ୟକ ।

Get real time updates directly on you device, subscribe now.