fbpx

ଆଇଆଇସିଙ୍କୁ ଫିଲଡ ପୋଷ୍ଟିଂ ବ୍ୟାନ କଲେ ହାଇକୋର୍ଟ; ପୁଣି ତଦନ୍ତ ଘେରରେ ହକି ତାରକା ବିରେନ୍ଦ୍ର ଲାକ୍ରା

ଭୁବନେଶ୍ୱର: ତଦନ୍ତରେ ଅବହେଳା ଆଇଆଇସିଙ୍କୁ ପଡିଲା ମହଙ୍ଗା । ଚାର୍ଜସିଟରେ ବିରେନ୍ଦ୍ର ଲାକ୍ରାଙ୍କ ନାଁ ନଥିବାରୁ କମିଶନରେଟ୍ ପୋଲିସର ଥାନା ଆଇଆଇସିଙ୍କୁ ହାଇକୋର୍ଟ ଭର୍ତ୍ସନା କରିଛନ୍ତି । ଏକ ବର୍ଷ ପର୍ଯ୍ୟନ୍ତ ଇନଫୋସିଟି ଥାନା ଆଇଆଇସି ସମିତା ମିଶ୍ରଙ୍କୁ ଫିଲଡ ପୋଷ୍ଟିଂ ମନା ହୋଇଛି । ଏହା ସହ ଏକ ମାସ ଯାଏଁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ଟ୍ରେନିଂ ନେବା ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସୂଚନା ଅନୁଯାୟୀ ଆନନ୍ଦ ଟପୋ ମୃତ୍ୟ ଘଟଣାକୁ ନେଇ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ସଂପୃକ୍ତି ଅଭିଯୋଗ ହୋଇଥିଲା । ବୀରେନ୍ଦ୍ର ଲାକ୍ରାଙ୍କ ନାମକୁ ଅଭିଯୋଗ ଫର୍ଦ୍ଦରୁ ବାଦ୍ ଦେଇଥିଲେ ଆଇଆଇସି । ତେବେ ବିରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ପୁଣି ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଛି । ଏହି ଘଟଣାରେ ତଦନ୍ତ କରି ତିନି ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ଭୁବନେଶ୍ୱର ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.