fbpx

ଗୁଳି ଫୁଟିବାରୁ ଥାନା ଅଧିକାରୀଙ୍କ ମୃତ୍ୟୁ ଘଟଣା: ଦେବକୁମାରଙ୍କ ପତ୍ନୀ ଦେଲେ ବଡ଼ ବୟାନ, କହିଲେ ଅଫିସରୁ ପଡ଼ୁଥିଲା ପ୍ରବଳ ଚାପ

Advertisement

ଗଞ୍ଜାମ: ଗାଙ୍ଗପୁର ଆଇଆଇସି ଦେବକୁମାର ଗମାଙ୍ଗଙ୍କ ଗୁଳି ଫୁଟି ମୃତ୍ୟୁ ଘଟଣାରେ ପତ୍ନୀଙ୍କ ବଡ଼ ବୟାନ । ଅଫିସରୁ ଦେବକୁମାରଙ୍କ ଉପରେ ପ୍ରବଳ ଚାପ ପଡ଼ୁଥିଲା ବୋଲି କହିଛନ୍ତି । ମୃତ୍ୟୁ ସମୟରେ ଦୁଇଜଣ ଅଫିସର ଆଇଆଇସିଙ୍କ ପାଖରେ ଥିଲେ । ଭଞ୍ଜନଗର ଏସଡିପିଓ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ କୁମାର ମିଶ୍ର ଏବଂ ଭଞ୍ଜନଗର ଆଇଆଇସି ଧିରେଶ କୁମାର ଦାସ ଉପସ୍ଥିତ ଥିଲେ । କିଛି ଆଲୋଚନା କରିବାକୁ ୨ ଅଧିକାରୀ ଆସିଥିଲେ । ଏହି ସମୟରେ ହଠାତ୍ ବାହରକୁ ଗୁଳି ଶବ୍ଦ ଶୁଭିଥିଲା ବୋଲି କହିଛନ୍ତି ଦେବକୁମାରଙ୍କ ପତ୍ନୀ ।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଗାଙ୍ଗପୁର ଥାନା ଅଧିକାରୀ ଦେବକୁମାର ଗମାଙ୍ଗ ସର୍ଭିସ ରିଭଲବରରୁ ଗୁଳି ଫୁଟି ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ଗଞ୍ଜାବ ଏସପି କହିଥଲେ ଯେ ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଥିଲେ ଦେବକୁମାର ଏବଂ ତଦନ୍ତ ପରେ ସବୁକିଛି ଜଣାପଡ଼ିବ ବୋଲି କହିଥିଲେ ଏସପି ।

Get real time updates directly on you device, subscribe now.