ତତ୍କାଳୀନ ଫିରିଙ୍ଗିଆ ଥାନା ଆଇଆଇସି ତପନ କୁମାର ନାହାକ ନିଲମ୍ବିତ

ଓଡିଶା ଭାସ୍କର; ବହୁ ଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣାରେ ପୋଲିସ ଉପରେ ପୋଲିସର ଆକ୍ସନ । ଲୋକଙ୍କ ଅଭିଯୋଗରେ ଛନ୍ଦି ହୋଇଥିବା ତତ୍କାଳୀନ ଆଇଆଇସିଙ୍କ ଉପରେ କାର୍ୟ୍ୟାନୁଷ୍ଠାନ । ଏହି ଘଟଣାରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ତତ୍କାଳୀନ ଆଇଆଇସି ତପନ କୁମାର ନାହାକଙ୍କୁ ନିଲମ୍ବିତ କରିଛନ୍ତି । କର୍ତ୍ତବ୍ୟରେ ଅବହେଳା ଓ ଥାନା ପୋଡି ବେଳେ ଥାନା ଛାଡି ଚାଲିଯାଇଥିବା ଦର୍ଶାଇ ତାଙ୍କୁ ନିଲମ୍ୱନ କରାଯାଇଛି । ଗଞ୍ଜେଇ ଚାଲାଣରେ ଆଇଆଇସି ଓ ତାଙ୍କ ସହଯୋଗୀଙ୍କ ସମ୍ପୃକ୍ତ ଥିବା ନେଇ ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକେ । ଏନେଇ ସେମାନେ ଏସପିଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ କୌଣସି କାର୍ୟ୍ୟାନୁଷ୍ଠାନ ନ ହେବାରୁ ସେମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଗତ ୫ ତାରିଖରେ ଫିରିଙ୍ଗିଆ ଥାନା ଜଳାଇବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ ସ୍ଥାନୀୟ ଲୋକେ । ଏହା ପରେ ତାଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା ।