fbpx

ଗ୍ରୀନ ଜୋନରୁ ରେଡ ଓ ଅରେଂଜ ଜୋନକୁ ବହିବ ମଦର ସୂଅ,ରୋକିବ କିଏ ?

ଭୁବନେଶ୍ୱର:୨ ।୫(ଓଡିଶା ଭାସ୍କର):ଗତକାଲି ସରକାର ଗ୍ରୀନ ଜୋନରେ ମଦ ବିକ୍ରିକୁ ଦେଇଛନ୍ତି ଗ୍ରୀନ ସିଗନାଲ । ସୋମବାରଠୁ ଗ୍ରୀନଜୋନରେ ଥିବା ସବୁ ମଦ ଦୋକାନ ଖୋଲା ସରକାରୀ ନିର୍ଦ୍ଦେଶନାମା ପରେ ମଦୁଆଙ୍କ ଦେଢ଼ମାସର ଅପେକ୍ଷାର ହୋଇଛି ଅନ୍ତ । କିନ୍ତୁ ଗ୍ରୀନ ଜୋନରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇ ଅନ୍ୟ ଜୋନରେ ମଦର ପ୍ରସାରକୁ ଅଣଅଧିକାରୀକ ସ୍ୱିକୃତି ଦେଇଥିବା ଚର୍ଚ୍ଚା ହେଉଛି । କାରଣ ଲକଡାଉନ ଭିତରେ ମଦ ଦୋକନ ବନ୍ଦଥିବାରୁ ଆରମ୍ଭ ହୋଇଥିଲା ମଦ ଚୋରା ଚାଲଣ । ୩ ଗୁଣା ଦାମରେ ବିକ୍ରିହେବା ସତ୍ତେ୍ୱ ମଦୁଆଙ୍କ ମୋହଭଂଗ ହୋଇନଥିଲା । ଚୋରା ମଦକୁ ପୋଲିସ ଜବତ କରିଛି ତା ନୁହେଁ ଯେତିକି ଜବତ ହୋଇଛି ତାର ୧୦୦୦ ଗୁଣ କାରବାର ହୋଇଛି । କଟକଣା ଭିତରେ ଏହା ସମ୍ଭବ ହୋଇଥିବା ବେଳେ ଏବେ କଟକଣା କୋହଳ ହେଲେ ତ କଚ୍ଚେପୁଅ ବାର । ରାଜ୍ୟରେ ୩ ଜିଲ୍ଲା ରେଡଜୋନରେ ଥିବା ବେଳେ ୬ ଜିଲ୍ଲା ଅରେଂଜ ଜୋନରେ ଅଛନ୍ତି । ଏଥିରୁ ସ୍ପଷ୍ଟ ଯେ ୨୧ ଜିଲ୍ଲାରେ ହେବ ମଦର ଅବାଧ ବିକ୍ରି । ଏହି ୨୧ ଜିଲ୍ଲାରୁ ପଡୋଶୀ ଜିଲ୍ଲାକୁ ମଦ ଚାଲଣ ହେଲେ ରୋକିବ କିଏ ? ଉଦାହରଣ ସ୍ୱରୂପ କଟକ ଗ୍ରୀନ ଜୋନରେ ଥିବା ବେଳେ ପଡୋଶୀ ଢ଼େଙ୍କାନାଳ,ଖୋର୍ଦ୍ଧା ଓ କେନ୍ଦ୍ରପଡା ଅରେଂଜ ଜୋନରେ । ଏହି ୩ ଜିଲ୍ଲାରୁ କଟକକୁ ପଡିଛି ଶହଶହ ଗଳା ବାଟ । କେରୋନା ଆକ୍ରାନ୍ତ ରାଜ୍ୟ ସୀମା ଡେଇଁ ଓଡିଶାକୁ ପଶିବାରେ କେହି ବାଧକ ହେଲେ ନାହିଁ ଏବେ ମଦକୁ ରୋକିବ କିଏ ?

Get real time updates directly on you device, subscribe now.