fbpx

ସ୍ୱେରେଜ ପାଣିରେ Covid ଭାଇରସ! ରିସର୍ଚ୍ଚ କରିବ ILS

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଦୁଇବର୍ଷ ଧରି ସାରା ବିଶ୍ୱରେ କରୋନା ଭାଇରସର ଭୟ ଜାରି ରହିଛି । ରାଜ୍ୟବାସୀଙ୍କୁ କରୋନା କବଳରୁ ରକ୍ଷା କରିବା ନେଇ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ସ୍ୱେରେଜ ପାଣିରେ କରୋନା ଭାଇରସ ରହିଛି କି ନାହିଁ । ଯଦି ରହିଛି, ତେବେ ତାହା କେତେ ଦିନ ପର୍ଯ୍ୟନ୍ତ ତିଷ୍ଠି ରହୁଛି । ତାହା ନୂଆ ଭାରିଆଣ୍ଟକୁ ସୃଷ୍ଟି କରୁଛି ନା ନାହିଁ । ଓଡ଼ିଶାରେ କରୋନା ଭାଇରସକୁ ନେଇ ଖୁବଶୀଘ୍ର ଏକ ରିସର୍ଚ୍ଚ କରାଯିବ ।

ଏହି ପାଣି ଦ୍ୱାରା ମଣିଷ, ଜୀବଜନ୍ତୁ ପ୍ରଭାବିତ ହେଉଛନ୍ତି ନା ନାହିଁଁ । ଯଦି ହେଉଛନ୍ତି ତେବେ ଏହା ଦ୍ୱାରା ସେମାନଙ୍କର କ’ଣ କ୍ଷତି ଘଟୁଛି । ସ୍ୱଚ୍ଛ ପାଣି ଆଉ ସ୍ୱେରେଜ ପାଣିରେ ଭାଇରସ କିପରି ଭାବେ ନିଜର ସ୍ୱଭାବ ପରିବର୍ତ୍ତନ କରୁଛି । ଏପରି ଅନେକ ଦିଗ ଉପରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ (ଆଇଏଲଏସ) ପକ୍ଷରୁ ଗବେଷଣା କରାଯିବ । ଏନେଇ ଆଇଏଲଏସ ଏକ ଏସଓପି ଜାରି କରିବ ବୋଲି ସୂଚନା ମିଳିଛି ।

କରୋନାର ଗତିବିଧି ବିଷୟରେ ଜାଣିବା ପାଇଁ ଆଇଏଲଏସର ଗବେଷକମାନେ ଜିନେମ୍ ସିକ୍ୱେନ୍ସିଂ କରୁଛନ୍ତି । ତେବେ ପୁଣି ଆଉ ଏକ ନୂଆ ଉପାୟରେ କରୋନା ଭାଇରସ ବିଷୟରେ ଜାଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ଏନେଇ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆରଏମଆରସି, ଆଇଏଲଏସ, ଏସସିବି କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀମାନେ ସାମିଲ ଥିଲେ । ସୂଚନାଯୋଗ୍ୟ ଯେ, ଚେନ୍ନାଇ ସହରର ୪ଟି ମୁଖ୍ୟ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ୪ ସ୍ୱେରେଜ ପମ୍ପିଂ ଷ୍ଟେସନରେ ପାଣିରେ କରୋନା ଭାଇରସ୍ ଠାବ ହେବା ପରେ ପରୀକ୍ଷା କରାଯାଇଥିଲା ।

Get real time updates directly on you device, subscribe now.