fbpx

ଗରମର ପ୍ରକୋପରୁ ମିଳିପାରେ ରକ୍ଷା: କିଛି ରାଜ୍ୟକୁ ମାଡ଼ି ଆସୁଛି ଝଡ଼ ତୋଫାନ, ଜାଣନ୍ତୁ IMDର ଲାଟେଷ୍ଟ ରିପୋର୍ଟ

Advertisement

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ବର୍ତ୍ତମାନ ହିଟୱେଭର କହର ଚାଲିଥିବା ବେଳେ ଖୁବଶୀଘ୍ର ଏଥିରୁ ନିସ୍ତାର ମିଳିପାରେ । ଉତ୍ତରପ୍ରଦେଶ, ରାଜସ୍ଥାନ ସମେତ କିଛି ରାଜ୍ୟରେ ଝଡ଼, ତୋଫାନ, ବର୍ଷା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଗାମୀ କିଛି ଦିନ ମଧ୍ୟରେ ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପୂର୍ବ ଉତ୍ତରପ୍ରଦେଶ, ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ମୌସମ ପରିବର୍ତ୍ତନ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

ଆଇଏମଡି ମୁତାବକ, ହିମାଚଳ ପ୍ରଦେଶଠାରୁ ଆରମ୍ଭ କରି ଉତ୍ତରପ୍ରଦେଶ ପର୍ଯ୍ୟନ୍ତ କିଛି ରାଜ୍ୟରେ ବର୍ଷା ଓ ଝଡ଼ ତୋଫାନ ସମ୍ଭାବନା ରହିଛି । ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ୧୬ ଓ ୧୭ ତାରିଖରେ ପବନ ସହିତ ବର୍ଷା, କୁଆପଥର ମାଡ଼ ହୋଇପାରେ । ଉତ୍ତର ପଞ୍ଜାବରେ ଓ ପୂର୍ବ ଉତ୍ତର ପ୍ରଦେଶରେ ଏହି ଦୁଇଦିନରେ ସାମାନ୍ୟ ବର୍ଷା ହୋଇପାରେ ।

ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ୧୬ ତାରିଖରେ ତୋଫାନ ସମ୍ଭାବନା ରହିଛି । ସେହିପରି ଉତ୍ତର ରାଜସ୍ଥାନର କିଛି ଅଞ୍ଚଳରେ ୧୫ ତାରିଖରେ ଘଣ୍ଟା ପ୍ରତି ୩୦ରୁ ୪୦ କି.ମି. ବେଗରେ ଧୂଳିଝଡ଼ ସହ ପବନ ବହିବାର ସମ୍ଭାବନା ରହିଛି । ହିମାଚଳ ପ୍ରଦେଶର କୁଲ୍ଲୁରେ ଆଜି ତାପମାତ୍ରା ସର୍ବନିମ୍ନ ୧୭ ଓ ସର୍ବାଧିକ ୩୪ ଡିଗ୍ରୀ ରହିପାରେ । ଶିମଲାରେ ତାପମାତ୍ରା ସର୍ବନିମ୍ନ ୧୬ ଓ ସର୍ବାଧିକ ୨୬ ଡିଗ୍ରୀ ରହିପାରେ । ଉତ୍ତରପ୍ରଦେଶର ରାଜଧାନୀରେ ତାପମାତ୍ରା ସର୍ବନିମ୍ନ ୨୮ ଓ ସର୍ବାଧିକ ୪୩ ଡିଗ୍ରୀ ରହିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.