fbpx

ପୁଣି ମହଙ୍ଗା ମାଡ଼: ବଢ଼ିଗଲା CNG ଦାମ୍, ଜାଣନ୍ତୁ କେତେ?

Advertisement

ନୂଆଦିଲ୍ଲୀ: ତେଲ ଓ ଗ୍ୟାସର ବର୍ଦ୍ଧିତ ଦରକୁ ନେଇ ଚିନ୍ତାରେ ଥିବା ଲୋକଙ୍କୁ ପୁଣି ମହଙ୍ଗା ମାଡ଼ । ଦିଲ୍ଲୀରେ ସିଏନଜି ଦାମ୍ ପୁଣି ଥରେ ବଢ଼ିଯାଇଛି । ଏବେ ଗ୍ରାହକମାନଙ୍କୁ କିଲୋଗ୍ରାମ ପିଛା ୨ ଟଙ୍କା ଅଧିକ ଦେବାକୁ ପଡିବ । ଏହି ବର୍ଦ୍ଧିତ ଦର ରବିବାର ସକାଳ ୬ଟାରୁ ଲାଗୁ ହୋଇଛି ।

ବର୍ଦ୍ଧିତ ଦରକୁ ମିଶାଇ ଦିଲ୍ଲୀରେ ସିଏନଜି ଏବେ କିଲୋଗ୍ରାମ ପିଛା ୭୩.୬୧ ଟଙ୍କାରେ ବିକ୍ରି ହେଉଛି । ତେବେ ୧ ମାସ ପୂର୍ବରୁ ସିଏନଜି ଦର ବୃଦ୍ଧି ପାଇଥିଲା । କିଲୋଗ୍ରାମ ପିଛା ୨.୫ ଟଙ୍କା ବଢ଼ି ସିଏନଜିର ଦାମ୍ ୭୧.୬୧ ଟଙ୍କା ହୋଇଥିଲା ।

ସୂଚନା ଅନୁସାରେ, ନୋଏଡ଼ା, ଗାଜିଆବାଦ, ଗ୍ରେଟର ନୋଏଡ଼ାରେ ସିଏନଜି ଦର କିଲୋଗ୍ରାମ ପିଛା ୭୬.୧୭ ଟଙ୍କାରେ ପହଞ୍ଚିଛି । ସେହିପରି ମୁଜଫରନଗର, ମରେଠ ଓ ସାମଲିରେ ଆଜି କିଲୋଗ୍ରାମ ପିଛା ସିଏନଜି ଦର ୮୦.୮୪ ଟଙ୍କା ହୋଇଛି । ରାଜସ୍ଥାନର ବିଭିନ୍ନ ସ୍ଥାନରେ ସିଏନଜି ଦର କିଲୋଗ୍ରାମ ପିଛା ୮୩.୮୮ ଟଙ୍କା ହୋଇଛି ।

Get real time updates directly on you device, subscribe now.