fbpx

ବଦଳିବ ପାଣିପାଗ: ୫ ଦିନ ପାଇଁ IMDର ଚେତାବନୀ ଜାରି

ନୂଆଦିଲ୍ଲୀ: ଆସନ୍ତା ୫ ଦିନ ପାଇଁ ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । କିଛି ରାଜ୍ୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଦିଆଯାଇଛି । ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ମାଚ୍ଚ ମାସରୁ ହିଁ ତାତି ବଢିବାରେ ଲାଗିଛି । କିଛି ରାଜ୍ୟର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ପହଞ୍ଚିଥିବା ରେକର୍ଡ କରାଯାଇଛି । ତେବେ ଅନ୍ୟ କିଛି ରାଜ୍ୟରେ ବର୍ଷା ଯୋଗୁଁ ତାପମାତ୍ରା କମ୍ ରହିଥିଲେ ବି ସ୍ୱାଭାବିକ ଅପେକ୍ଷା ଅଧିକ ଗରମ ଅନୁଭୂତ ହେଉଛି ।

ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଆକ୍ଟିଭ ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାଦ୍ୱାରା ପଶ୍ଚିମ ହିମାଳୟ ଅଞ୍ଚଳରେ ବର୍ଷା ସହ ପବନର ବେଗରେ ବୃଦ୍ଧି ହୋଇପାରେ । ଏହାବ୍ୟତୀତ ଦକ୍ଷିଣ, ମଧ୍ୟ ଏବଂ ପୂର୍ବ ଭାରତକୁ ମାର୍ଚ୍ଚ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ । ଫଳରେ ପଶ୍ଚିମ ହିମାଳୟର ବିଭିନ୍ନ ଅଞ୍ଚଳ ବ୍ୟତୀତ ପଞ୍ଜାବ ଏବଂ ରାଜସ୍ଥାନରେ ଆଜି ହଲକା ବର୍ଷା ସହିତ ଝଡ-ତୋଫାନ ହେବାର ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟ ପକ୍ଷରେ ଗୁଜୁରାଟରେ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଛତିଶଗଡର କିଛି ଅଞ୍ଚଳରେ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଏଥି ନେଇ ପାଣିପାଗ ବିଭାଗ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ପୂର୍ବ ଗୁଜୁରାଟ, ଓଡିଶା ସହ ପଶ୍ଚିମବଙ୍ଗ ଏବଂ ଜାଡଖଣ୍ଡରେ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

ରାଜଧାନୀ ଦିଲ୍ଲୀରେ ରବିବାର ସର୍ବାଧିକ ତାପମାତ୍ରା ୩୪.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହା ସାଦାରଣ ବା ସ୍ୱାଭାବିକ ତାପମାତ୍ରା ଅପେକ୍ଷା ୫ ଡିଗ୍ରୀ ସେଲସିୟସ ଅଧିକ ରହିଥିଲା ।ତେବେ ସୋମବାର ଆଂଶିକ ଭାବରେ ବାଦଲ ଢାଙ୍କି ହେବା ସହ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ ପାଖାପାଖି ରହିବା ନେଇ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

Get real time updates directly on you device, subscribe now.