fbpx

ଇତିହାସ ରଚିଲା ନାଟୁ ନାଟୁ, ଭାରତ ପାଇଁ ଆଣିଲା ଦ୍ୱିତୀୟ ଓସ୍କାର ପୁରସ୍କାର

ନୂଆଦିଲ୍ଲୀ: ଓସ୍କାର ଅର୍ଥାତ୍ ଏକାଡେମୀ ପୁରସ୍କାର ଦୁନିଆର ସବୁଠୁ ବଡ ଚଳଚ୍ଚିତ୍ର ପୁରସ୍କାର। ଏବଂ ଏହି ବର୍ଷ ଏହି ପୁରସ୍କାରଗୁଡ଼ିକ ବର୍ତ୍ତମାନ ଲସ୍ ଆଞ୍ଜେଲସରେ ଲାଇଭ୍ ଆୟୋଜିତ ହେଉଛି। ଏହି ପୁରସ୍କାର କାର୍ଯ୍ୟ ଚଳିତ ବର୍ଷ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଏହାର କାରଣ ହେଉଛି ଭାରତରୁ ଚାରୋଟି ନାମାଙ୍କନ ଏଥିରେ ସାମିଲ ହେଇଛି । ଦୀପିକା ପାଦୁକୋନ ମଧ୍ୟ ଚଳିତ ବର୍ଷ ଏକ ପୁରସ୍କାର ପ୍ରଦାନ କରୁଥିବା ଜୁରୀ ରେ ସାମିଲ ଅଛନ୍ତି । ଏହାଭିତରେ ଭାରତ ପାଇଁ ଖୁସି ଖବର ମିଳିଛି । ସର୍ଟ ଡକ୍ୟୁମେଣ୍ଟାରୀ ପାଇଁ ‘ ଦ ଏଲିଫାଣ୍ଟ ହ୍ୱିସପର୍’ ରେ ଭାରତ ଓସ୍କାର ଜିତିଛି।

ଏବେ ନାଟୁ ନାଟୁ ମଧ୍ୟ ଭାରତ ଦ୍ୱିତୀୟ ଓସ୍କାର ପୁରସ୍କାର ଆଣିଛି । ପ୍ରଥମେ ସର୍ଟ ଡକ୍ୟୁମେଣ୍ଟାରୀରେ ଭାରତ ବାଜି ମାରିଥିବା ବେଳେ ଏବେ ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ଓସ୍କାର ପୁରସ୍କାର ପାଇଛି । ଏହା ଉପରେ ସମଗ୍ର ଭାରତର ନଜର ଥିଲା ଆଉ ଏଥିରେ ମଧ୍ୟ ଭାରତ ଦ୍ୱିତୀୟ ଓସ୍କାର ପୁରସ୍କାର ପାଇଛି। ଭାରତୀୟ ଚଳଚ୍ଚିତ୍ର RRR ର ନାଟୁ-ନାଟୁ ଗୀତ ଓସ୍କାର ପୁରସ୍କାର ପାଇ ଥିବା ବେଳେ ଏହା ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ। RRR ର ଗୀତ ନାଟୁ ନାଟୁ ଶ୍ରେଷ୍ଠ ମୂଳ ଗୀତ ବର୍ଗ ବିଜୟ ହେଇଛି ।

Get real time updates directly on you device, subscribe now.