fbpx

ଚଣ୍ଡୀମାତାଙ୍କ ଅପୂର୍ବ ଲୀଳା: ଏହି ମନ୍ଦରରେ ଦିନକୁ ଦିନ ବୃଦ୍ଧି ପାଉଛି ବେଦୀଙ୍କ ପ୍ରତିମାର ଉଚ୍ଚତା

ମହାସମୁନ୍ଦ: ବିକାଶଖଣ୍ଡ ବାଗବାହରାର ଘଞ୍ଚପାଲୀ ଗ୍ରାମରେ ଚଣ୍ଡୀମାତାଙ୍କ ଅଲୌକିକ ମନ୍ଦିର ରହିଛି । ଏଠଶରେ ଦେବୀ ମା’ଙ୍କର ଅପୂର୍ବ ଲୀଳା ଏବଂ ଚମତ୍କାର ଦେଖିବାକୁ ମିଳିଥାଏ । ଜିଲ୍ଲ ମୁଖ୍ୟାଳୟରୁ ପ୍ରାୟ ୪୦ କିଲୋମିଟରା ଦୂରରେ ଅବସ୍ଥିତ ଏହି ମନ୍ଦିର ଖୁବ ପୁରୁଣା । ତନ୍ତ୍ର ସାଧନା ପାଇଁ ଚଣ୍ଡୀମାତା ଆଦିଶକ୍ତିଙ୍କ ଏହି ମନ୍ଦିର ପୂର୍ବରୁ ଖୁବ ପ୍ରସିଦ୍ଧ ଥିଲା । କିନ୍ତୁ ବର୍ତ୍ତମାନ ମାତାଙ୍କର ଏକ ଅଲୌକିକ ରୂପ ଏବଂ ଅଦ୍ଭୁତ ଲୀଳା ଦେଖିବା ପାଇଁ ବ୍ୟାକୁଳ ହେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ପୂର୍ବରୁ ଏଠାକୁ କେବଳ ତାନ୍ତ୍ରିକ ଏବଂ ସାଧୁମାନଙ୍କର ଯିବା-ଆସିବା ଲାଗି ରହୁଥିଲା । କିନ୍ତୁ ୧୯୫୦-୫୧ ମସିହାରୁ ଭକ୍ତମାନଙ୍କ ପାଇଁ ଚଣ୍ଡୀମାତାଙ୍କ ମନ୍ଦିରରେ ପରିଣତ ହୋଇଛି ଏହି ମନ୍ଦିର ।

ମନ୍ଦିରର ପୂଜାରୀ ଟୁକେଶ୍ୱର ଦାବି କରିଛନ୍ତି ଯେ ଏଠାରେ ପୂଜା ପାଉଥିବା ଚଣ୍ଡୀମାତାଙ୍କ ପ୍ରତିମାର ଉଚ୍ଚତା ଲଗାତାର ଭାବରେ ବୃଦ୍ଧି ପାଇଥାଏ । ପ୍ରଥମେ ଏହି ମୂର୍ତ୍ତି ଖୁବ ଚୋଟ ଆକାରର ଥିଲା । କିନ୍ତୁ ଧିରେ ଧିରେ ଏହା ବୃଦ୍ଧି ପାଇ ବର୍ତ୍ତମାନ ୨୩ ଫୁଟ ରହିଛି ଦେବୀଙ୍କ ପ୍ରତିମାର ଉଚ୍ଚତା । ତେବେ ଏହୀ ପ୍ରାଚୀନ ଅଲୌକିକ ମନ୍ଦିର ଏବଂ ଆଦିଶକ୍ତି ମା’ଚଣ୍ଡୀଙ୍କ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ । କେବଳ ମାନବ ସମାଜ ନୁହେଁ, ଅନେକ ସମୟରେ ଜଙ୍ଗଲର ପଶୁପକ୍ଷୀ ମଧ୍ୟ ଆସୁଥିବା କହିଛନ୍ତି ମନ୍ଦିରର ପୂଜକ । ପ୍ରତ୍ୟେକ ଦିନ ଦ୍ୱପ୍ରହରରୁ ସନ୍ଧ୍ୟା ସମୟରେ ଭାଲୁଙ୍କର ଏକ ପରିବାର ମା’ଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରକୁ ଆସିଥାଏ । ଦୂର ଦୂରାନ୍ତରୁ ଆସୁଥିବା ଭକ୍ତ ଭାଲୁଙ୍କୁ ପ୍ରସାଦ ଦେଇଥାନ୍ତି । ତେବେ ଏପରି ଏକ ମନୋରମ ଦୃଶ୍ୟ ଦେଖିବା ପାଇଁ ସନ୍ଧ୍ୟାରେ ଏଠାରେ ଭିଡ ଦେଖିବାକୁ ମିଳେ ।

ଏହି ମନ୍ଦିରକୁ ଆସିବା ପାଇଁ ଭକ୍ତଙ୍କୁ ଦୁଇଟି ପାହାଡ ମଧ୍ୟ ଦେଇ ଯିବାକୁ ପଡିଥାଏ । ଏଠାରେ ପ୍ରତ୍ୟେକ ବର୍ଷ ଚୈତ୍ର କୁଆଁର ନବରାତ୍ରୀରେ ଦୁଇ ଥର ମେଳା ଲାଗିଥାଏ । ଏହି ମେଳାରେ ଚଣ୍ଡୀମାତାଙ୍କ ଦର୍ଶନ କରିବା ପାଇଁ ଏଠାରେ ପହଞ୍ଚିଥାନ୍ତି ହଜାର ହଜାର ଭାଲୁ । ତେଣୁ ଆପଣ ବି ଯଦି ଏହି ଅପୂର୍ବ ଦୃଶ୍ୟ ଦେଖିବା ପାଇଁ ଚାହାନ୍ତି, ତେବେ ଏହି ସମୟରେ ଚଣ୍ଡୀମାତାଙ୍କ ଏହି ମନ୍ଦିରକୁ ଆସିପାରିବେ ।

Get real time updates directly on you device, subscribe now.