fbpx
BSKY
BJD SHG SKY
BJD MC SKY

ଯୁଦ୍ଧକୁ ନେଇ IMFର ସତର୍କବାଣୀ: ସାରା ବିଶ୍ୱରେ ଏମିତି ପ୍ରଭାବ ପକାଇବ ଋଷ-ୟୁକ୍ରେନର ତିକ୍ତତା

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧରେ କମିବାରେ ଲାଗିଛି ଶେୟର ବଜାର । ଭାରତରେ ମଧ୍ୟ ଅନେକ ପଦାର୍ଥର ଦର ବଢିବା ଆରମ୍ଭ ହେଲାଣି । ତେବେ ଏହି ସମୟରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (IMF) ତରଫରୁ କରାଯାଇଛି ଏକ ସତର୍କବାଣୀ । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଉଭୟ ଦେଶ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧର ପରିଣାମ ସାରା ବିଶ୍ୱକୁ ଭୋଗିବାକୁ ପଡିବ ବୋଲି IMF ପକ୍ଷରୁ କୁହାଯାଇଛି ।

ଋଷ-ୟୁକ୍ରେନ ଯୁଦ୍ଧ ସହିତ ଋଷ ଉପରେ ଲାଗିଥିବା କଟକଣା ସାରା ବିଶ୍ୱବାସୀଙ୍କୁ ପ୍ରଭାବିତ କରିବ । ଗ୍ଲୋବାଲ ଇକୋନୋମୀ ଉପରେ ଏକ ବଡ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିପାରେ । ପୂର୍ବରୁ ଅନେକ ଦ୍ରବ୍ୟର ମୂଲ୍ୟ ଉଚ୍ଚା ରହୁଥିବା ବେଳେ ବର୍ତ୍ତମାନର ପରିସ୍ଥିତି ମୁଦ୍ରାସ୍ଫିତୀ ହାର ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରଭାବିତ କରିଛି । ୟୁକ୍ରେନର ଆବେଦନ ଅନୁସାରେ ଜରୁରୀକାଳୀନ ପାଣ୍ଠିରୁ ୧.୪ ଆରବ ଡଲାର ଉପେ ନିଷ୍ପତ୍ତି ନେବେ ବୋଲି ଆଶା ଜାହିର କରିଛି IMF । ବିଭିନ୍ନ ପାଣ୍ଠିକୁ ନେଇ ଆଲୋଚନା ଚାଲିଥିବା କହିଛି ସଂଗଠନ । ଋଷ ଆକ୍ରମଣ ପରେ ଖାଦ୍ୟ ଏବଂ ଶକ୍ତି ମୂଲ୍ୟ ବୃଦ୍ଧି ହେତୁ ଅନେକ ଲୋକ ଅନ୍ୟ ଦେଶକୁ ପଳାୟନ କରିଥିବା କହିଛି IMF । ତେବେ କେବଳ ଋଷ କି ୟୁକ୍ରେନ ନୁହେଁ ସାରା ଦୁନିଆରେ ଏହି ଦରଦାମ ବୃଦ୍ଧିର ପ୍ରଭାବ ଦେଖିବାକୁ ମିଳିବ । ଏହା ବ୍ୟତୀତ ଯଦି ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଅଧିକ ହୁଏ ମଦ୍ରାସ୍ଫିତୀ ଆହୁରି କରାପ ହୋଇଯିବ ବୋଲି କହିଛି ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ବା IMF ।

Get real time updates directly on you device, subscribe now.