fbpx

ଋଷ ଯବାନଙ୍କୁ ଟ୍ରାକ୍ କରୁଛି ଡେଟିଂ ଆପ୍: ବ୍ରିଟିଶ ଇଣ୍ଟେଲିଜେନ୍ସର ଚମକାଇଦେବା ଭଳି ସୂଚନା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: ଋଷ ୟୁକ୍ରେନ ଯୁଦ୍ଧ ବିଭୀଷିକା ଜାରି ରହିଛି । ସମୟ ବଢିବା ସହ ପରିସ୍ଥିତି ଜଟିଳ ହେବାକୁ ଲାଗିଛି । ଏହାରି ମଧ୍ୟରେ ଏକ ନୂଆ ତଥ୍ୟ ଆସିଛି । ବ୍ରିଟେନ ଋଷ ସୈନିକଙ୍କୁ ଟ୍ରାକ କରିବା ପାଇଁ ନୂଆ ତରିକା ଆପଣେଇଛି । ବ୍ରିଟିଶ ଇଣ୍ଟେଲିଜେନ୍ସ ସର୍ଭିସ ଡେଟିଂ ଆପ ଗ୍ରିଣ୍ଡର ସହିତ ସୋଲିଆଲ ନେଟୱାର୍କିଂ ସାଇଟ ବ୍ୟବହାର କରି ୟୁକ୍ରେନ ଉପରେ ଋଷ ହାମଲାର ନଜର ରଖୁଛି । ଋଷ ସୈନିକଙ୍କର ପ୍ରତିଟି କାର୍ଯ୍ୟକଳାପ କୁ ଏହି ସୋସିଆଲ ନେଟୱାର୍କିଂ ସାଇଟରେ ଟ୍ରାକ କରାଯାଇଛି । ଯେତେବେଳେ ଋଷ ସୈନିକଙ୍କୁ ୟୁକ୍ରେନ ସୀମା ଉପରେ ନିୟୋଜିତ କରାଯାଇଥିଲା, ସେତେବେଳେ ବ୍ରିଟେନ ଜାସୁସିଙ୍କୁ ଲାଗିଥିଲା କି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏମିତି କିଛି ତଥ୍ୟ ଏବେ ୟୁକ୍ରେନରୁ ଆସିଛି ।

ବ୍ରିଟିଶ ଜାସୁସି ଭିକୋନ ଟେକ୍ଟ ଭଳି ସାଇଟରେ ମେସେଜ ଟାପ କରି ପୁଟିନଙ୍କ ପ୍ଲାନର ପତା ଲଗାଉଥିଲେ । ତେବେ ଭିକୋନ ଟେକ୍ଟ ଋଷର ଫେସବୁକ ପରି । ଗ୍ରିଣ୍ଡର ଭଳି ଡେଟିଂ ସାଇଟରେ ଗୁଇନ୍ଦା ସୂଚନା ସେୟାର କରାଯାଇଛି । ପୁଟିନ ୨୦୧୩ରେ ଡେଟିଂ ଆପ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଥିଲେ । ହେଲେ ଏବେ ବି ସେନା ମଧ୍ୟରେ ଏହି ଆପକୁ ଗୁପ୍ତ ଭାବରେ ବ୍ୟବହାର କରାଯାଉଛି । ତେବେ ଏହି ସାଇଟଗୁଡିକ ଜାସୁସିମାନଙ୍କ ପାଇଁ ଖଜାନା ପରି କାମ କରିଥାଏ । ଏଥିରେ ଡେଟିଂ ଆପ ଅଧିକ କାମରେ ଆସିଥାଏ । ଏମିତି ତଥ୍ୟ ୟୁକ୍ରେନକୁ ଦିଆଯାଇଥିଲା । ଯାହାଦ୍ୱାରା ସେ ନିଜକୁ ଋଷ ସହ ଲଢିବା ପାଇଁ ପ୍ରସ୍ତୁତ କରିପାରିବ । ଅନ୍ୟପଟେ ୟୁକ୍ରେନ ଏବେ ବିପଦରେ । ଋଷ ଉପରେ ପଶ୍ଚିମ ଦେଶର ପ୍ରତିବନ୍ଧକଗୁଡିକୁ ଯୁଦ୍ଧ ଘୋଷଣା ସହ ତୁଳନା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ତେବେ ଏହି ଯୁଦ୍ଧ ମଧ୍ୟରେ ବର୍ତମାନ ୟୁକ୍ରେନ ଛାଡିସାରିଲେଣି ୧୪ ଲକ୍ଷ ନାଗରିକ ଆଉ ଏବେ ବି ସେଠୁ ମୁକୁଳିବା ପାଇଁ ଚାଲିଛି ସଂଘର୍ଷ । ଦେଖନ୍ତୁ ଭିଡିଓ…..

Get real time updates directly on you device, subscribe now.