fbpx

ପିତାମାତାଙ୍କ ଅତୀତର ବଳିଦାନକୁ ମନେପକାଇବାକୁ ଟ୍ୱିଟରର ସାହାରା ନେଲେ ପ୍ରବାସୀ ଭାରତୀୟ

Advertisement

ନୂଆଦିଲ୍ଲୀ: ଚଳିତ ଜୁନ୍ ମାସକୁ ଆମେରିକାରେ ଜାତୀୟ ପ୍ରବାସୀ ସ୍ମାରକୀ ମାସ ରୂପେ ପାଳନ କରାଯାଉଛି । ପ୍ରବାସୀଙ୍କ ବଳିଦାନକୁ ସମ୍ମାନ ଜଣାଇବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଜୁନ୍ ମାସ ପହିଲାରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍ ଜୁନ ମାସକୁ ପ୍ରବାସୀଙ୍କ ପାଇଁ ଉତ୍ସର୍ଗ କରିବା ନେଇ ଘୋଷଣା କରିଥିଲେ । ଆମେରିକାରେ ରହୁଥିବା ଏସିଆ ମହାରାଷ୍ଟ୍ରର ବିଭିନ୍ନ ଦେଶର ନାଗରିକଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିଲା ।
ରାଷ୍ଟ୍ରପତି ବିଡେନ୍ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ପ୍ରବାସୀମାନେ କୋଭିଡ୍ ମହାମାରୀ ସମୟରେ ସମ୍ମୁଖ ଯୋଦ୍ଧା ଭାବେ କାର୍ଯ୍ୟ କରିଥିଲେ । ତେଣୁ ପ୍ରବାସୀଙ୍କ ମଧ୍ୟରେ ରହିଥିବା ଶିକ୍ଷକ, ୱାର୍କର, ସ୍ୱାସ୍ଥ୍ୟକର୍ମୀ ପ୍ରମୁଖଙ୍କୁ ସମ୍ମାନ ଜଣାଇବା ଉଚିତ । ଜଣାପଡ଼ିଛି ଯେ, ଆମେରିକାରେ ୫.୯ ପ୍ରତିଶତ ଲୋକ ଏସିଆନ୍ ହୋଇଥିବା ବେଳେ ପ୍ରାୟ ୪୦ ଲକ୍ଷ ଲୋକ ଭାରତୀୟ ଅଟନ୍ତି । ଜାତୀୟ ପ୍ରବାସୀ ମାସ ପାଳନ କରିବା ଅବସରରେ ଅନେକ ପ୍ରବାସୀ ଭାରତୀୟ ନିଜର ପିତାମାତାଙ୍କ ସ୍ମୃତିକୁ ମନେପକାଇବା ଉଦ୍ଦେଶ୍ୟରେ ଟ୍ୱିଟରର ସାହାରା ନେଉଛନ୍ତି । ଏମାନଙ୍କ ମଧ୍ୟରେ ଉପରାଷ୍ଟ୍ରପତି କମଳା ହାରିସଙ୍କର ଡେପୁଟି ପ୍ରେସ୍ ସଚିବ ଡା. ବିବେକ ମୂର୍ତ୍ତି ରହିଛନ୍ତି। ଏହାଛଡ଼ା ଆହୁରି ଅନେକ ପ୍ରବାସୀ ନିଜ ନିଜର ପିତାମାତାଙ୍କୁ ଟ୍ୱିଟରରେ ମନେପକାଇଛନ୍ତି ।

ଡା. ବିବେକ ମୂର୍ତ୍ତି: ଏହି ଅବସରରେ ବିବେକ ଟ୍ୱିଟରେ ନିଜର ପିତାମାତାଙ୍କ ଫଟୋ ଶେୟାର କରିବା ସହ ସମସ୍ତ ପିତାମାତାଙ୍କ ବଳିଦାନ ପାଇଁ ପାଇଁ ଅନ୍ତରରୁ କୃତଜ୍ଞତା ଜଣାଇଛନ୍ତି ।

ସବ୍ରିନା ସିଂହ: ନିଜ ପିତାମାତାଙ୍କ କଠିନ ପରିଶ୍ରମ ଓ ତ୍ୟାଗ ବଳରେ ସେ ଆଜି ଜୀବନରେ ବହୁତ କିଛି ହାସଲ କରିପାରିଛନ୍ତି ବୋଲି କହିଛନ୍ତି ସବ୍ରିନା ସିଂହ ନାମକ ଜଣେ ମହିଳା ।

ସୋନିଆ ଅଗ୍ରୱାଲ: ଆମେରିକାର ଓହିଓ ସହରରେ ଶିକ୍ଷାଗ୍ରହଣ କରିବା ପାଇଁ ତାଙ୍କର ପିତାମାତାଙ୍କ ଭୂମିକାକୁ ସେ କେବେ ଭୁଲି ପାରିବେ ନାହିଁ । ପିତାମାତାଙ୍କ ପାଇଁ ହିଁ ସେ ଆଜି ହ୍ୱାଇଟ୍ ହାଉସରେ ରହି ଜାତିର ସେବା କରିବାର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି ସୋନିଆ ଅଗ୍ରୱାଲ ।

ମେଘା ଭଟ୍ଟାଚାର୍ଯ୍ୟ: ଆଜି ସେ ଯେଉଁଠି ବି ଅଛନ୍ତି କେବଳ ତାଙ୍କ ବାବା ଓ ମାମାଙ୍କ ପାଇଁ ତାହା ସମ୍ଭବ ହୋଇଛି । ଏକ ଉନ୍ନତ ଜୀବନର ପରିକଳ୍ପନା କରିବାରେ ତାଙ୍କର ପିତାମାତାଙ୍କ ଭୂମିକା ଅତୁଳନୀୟ ବୋଲି କହିଛନ୍ତି ମେଘା ଭଟ୍ଟାଚାର୍ଯ୍ୟ ।

ଓପଲ ବଦ୍ଧନ: ସେ ଆଜି ହ୍ୱାଇଟ୍ ହାଉସରେ ପ୍ରଥମ କଳା ତଥା ଦକ୍ଷିଣ ଏସୀୟ ମହିଳା ଭାବେ କାର୍ଯ୍ୟ କରିବାର ସୌଭାଗ୍ୟ ପାଇଛନ୍ତି । ତାଙ୍କ ପିତାମାତାଙ୍କ ପରି ଅନେକ ପିତାମାତା ଆମେରିକା ଆସି ନିଜର ସ୍ୱପ୍ନ ପୂରଣ କରିଛନ୍ତି ବୋଲି କହିଛନ୍ତି ଓପଲ ବଦ୍ଧନ ।

Get real time updates directly on you device, subscribe now.