fbpx

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ବଦଳିଲା ଶିକ୍ଷା ଋଣର ସୁଧ ହାର, ଜାଣନ୍ତୁ କେତେ ପ୍ରତିଶତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୩୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବିଭିନ୍ନ ବିଭାଗ ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜଳସମ୍ପଦ, ଦକ୍ଷତା ବିକାଶ, କୃଷି, ଅର୍ଥ, ସାଧାରଣ ପ୍ରଶାସନ, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ, ସ୍କୁଲ ଓ ଗଣଶିକ୍ଷା ଆଦି ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ତେବେ ଆଜିର ବୈଠକରେ ଶିକ୍ଷା ଋଣର ସୁଧ ହାର ପରିବର୍ତ୍ତନ କରାଯାଇଛି । ବିଦ୍ୟାର୍ଥୀଙ୍କର ଋଣ ଉପରେ ୧୦ ପ୍ରତିଶତ ସୁଧ ଲାଗୁ ହେବ । ସାଧାରଣତଃ ଗରିବ ଓ ମେଧାବୀ ପିଳାଙ୍କୁ ଉଚ୍ଚଶିକ୍ଷା ବିଭାଗ ଋଣ ପ୍ରଦାନ କରିଥାଏ । ତେବେ ଧାର୍ଯ୍ୟ ସମୟରେ ଋଣ ପରିଶୋଧନ ନକଲେ ୧୦ ପ୍ରତିଶତ ସୁଧ ଓ ନିଯୁକ୍ତି ପାଇନଥିବା ଋଣ ଖିଲାପକାରୀଙ୍କଠାରୁ ୧୫ ପ୍ରତିଶତ ସୁଧ ଆଦାୟ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ତେବେ ଆଜିର ବୈଠକରେ ମିଶନ ଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ମିଶନ ଶକ୍ତି ମହିଳାଙ୍କ ପାଇଁ ୫ ବର୍ଷରେ ୪୯୭୩ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିସହିତ ମିଶନ ଶକ୍ତି ମହିଳା ଗୋଷ୍ଠୀକୁ ୫୦ ହଜାର କୋଟିର ବ୍ୟାଙ୍କ ଋଣ ମିଳିବ । ସେହିପରି ଡ୍ରିମ୍ସକୁ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ପାଇଁ ଆଇନ୍ ପ୍ରଣୟନ ପାଇଁ ପ୍ରସ୍ତାବ ଦିଆଯାଇଛି । ଅନୁଗୁଳଠରେ ଥିବା ମେଗା ଆଲୁମିନିୟମ ପାର୍କ ପାଇଁ ବ୍ୟୟ ବରାଦ କରାଯାଇଛି ।

Get real time updates directly on you device, subscribe now.