fbpx

ୱିଲିୟମସନଙ୍କ ପରେ ଏବେ ଏହି ଖେଳାଳି ସମ୍ଭାଳିବେ ହାଇଦ୍ରାବାଦର ମଙ୍ଗ: ପୂର୍ବରୁ ନେଇ ସାରିଛନ୍ତି ନେତୃତ୍ୱ

ମୁମ୍ବାଇ: କେନ ୱିଲିୟମସନ ସ୍ୱଦେଶ ଫେରିଯିବା ପାଇଁ ଘୋଷଣା କରି ସାରିଛନ୍ତି । ଏହାପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଥିଲା, ତାଙ୍କ ପରେ କିଏ ହେବେ ଦଳର ଅଧିନାୟକ । ତେବେ ଏହି ପ୍ରଶ୍ନର ଉତ୍ତର ଏବେ ମିଳି ସାରିଛି । ସନରାଇଜର୍ସ ହାଇଦ୍ରାବାଦ ପାଇଁ ମିଳି ସାରିଛନ୍ତି ନୂଆ ଅଧିନାୟକ । ଟିମର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଏହି ତାଲିକାରେ ସବୁଠୁ ଆଗରେ ରହିଛନ୍ତି ।

Kane Williamson to miss remainder of IPL 2022; Bhuvneshwar Kumar likely to take over captaincy

କେନ ୱିଲିୟମସନଙ୍କ ପରେ ଦଳ ଭୁବନେଶ୍ୱରଙ୍କୁ ନେତୃତ୍ୱଭାର ଦେଇପାରେ । ଲିଗ ଷ୍ଟେଜର ଶେଷ ମ୍ୟାଚ ପଞ୍ଜାବ କିଙ୍ଗସ ବିପକ୍ଷରେ ଖେଳିବାକୁ ଯାଉଛି ହାଇଦ୍ରାବାଦ । ତେବେ ଏହି ମ୍ୟାଚରେ କେନ ୱିଲିୟମସନଙ୍କ ଅନୁପସ୍ଥିତିରେ ଭୁବି ଦଳର ନେତୃତ୍ୱ ନେବା ପାଇଁ ସମ୍ପୂର୍ଣ୍ଣ ଦାବିଦାର ଅଟନ୍ତି । ଦଳର ଉପଅଧିନାୟକ ଥିବା ବେଳେ ସେ ଏହି ତାଲିକାରେ ସବୁଠୁ ଆଗରେ ରହିଛନ୍ତି । ତେବେ ପୂର୍ବରୁ ସେ ଦଳର ନେତୃତ୍ୱ ନେଇ ସାରିଛନ୍ତି । ୨୦୧୯ରେ ପ୍ରଥମ ଥର ପାଇଁ ସେ ଅଧିନାୟକ ପଦ ପାଇଥିଲେ । ୧୩୦ ମ୍ୟାଚ ଖେଳାଳି ଭାବେ ଖେଳିବା ପରେ ସେ ଅଧିନାୟକ ଭାର ସମ୍ଭାଳିଥିଲେ । ତେବେ ତାଙ୍କ ନେତୃତ୍ୱରେ ଦଳ ୬ଟି ମ୍ୟାଚ ଖେଲିତିବା ବେଳେ ସେଥିରୁ ୨ଟି ମ୍ୟାଚରେ ବିଜୟ ହାସଲ କରିଥିଲା ହାଇଦ୍ରାବାଦ ।

IPL 2019: Bhuvneshwar Kumar to lead SRH against CSK on Tuesday On Cricketnmore

୨୦୨୨ ସିଜନରେ ଜଣେ ଖେଳାଳି ଭାବେ ଖେଳୁଛନ୍ତି ଭୁବନେଶ୍ୱର କୁମାର । କିନ୍ତୁ ଦଳ ତାଙ୍କୁ ଏହି ସିଜନ ପାଇଁ ଉପଅଧିନାୟକ କରିଥିଲା । ତେଣୁ ୱିଲିୟମସନଙ୍କ ଅନୁପସ୍ଥିତିରେ ସେ ହିଁ ଦଳକୁ ଆଗେଇ ନେବେ ବୋଲି ଅନୁମାନ କରାଯାଉଛି । ଚଳି ସିଜନରେ ସେ ଭଲ ଫର୍ମରେ ମଧ୍ୟ ରହିଛନ୍ତି । ୧୩ ମ୍ୟାଚରୁ ୭.୨୦ ଇକୋନୋମୀ ସହିତ ୧୨ଟି ୱିକେଟ ହାସଲ କରିଛନ୍ତି ଭୁବନେଶ୍ୱର କୁମାର ।

Get real time updates directly on you device, subscribe now.