fbpx

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ! ଓଡିଆ ଭାଷାରେ ହେବ ସରକାରୀ କାର୍ଯ୍ୟ

Advertisement

ଭୁବନେଶ୍ୱର: ଲୋକସେବା ଭବନର ସମସ୍ତ କାର୍ଯ୍ୟକୁ ଆଜିଠାରୁ ବିଦ୍ଧିବଦ୍ଧ ଭାବରେ ଦାୟିତ୍ୱ ସମ୍ଭାଳିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଦାୟିତ୍ୱ ଭାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରକୁ ରାଜ୍ୟରେ ଗୁରୁତ୍ୱ ଦିଆଯିବ । ସେହିପରି ସାହିତ୍ୟ, କଳା, ସଂଙ୍ଗୀତ ଏବଂ ଲଳିତ କଳା ଏକାଡେମୀର ପୁନଃଗଠନ ହେବା ନେଇ ସୂଚନା ଦେଇଛନ୍ତି ।

ଖବର ଅନୁସାରେ, ଲୋକସଭା ଭବନର ତୃତୀୟ ମହଲା ପ୍ରକୋଷ୍ଠରୁ ସେ ତାଙ୍କର କାର୍ଯ୍ୟ ତୁଲେଇବା ଆରମ୍ଭ କରିଛନ୍ତି । ଏଥିସହ ସେ କହିଛନ୍ତି , ଓଡିଆ ଅସ୍ମିତାର ଗୁରୁତ୍ୱ ପାଇଁ ରାଜ୍ୟରେ କାର୍ଯ୍ୟ କରାଯିବ । ଓଡିଆ ଭାଷାର ବ୍ୟବହାରକୁ ମଧ୍ୟ ସରକାରୀ ସ୍ତରରେ ବ୍ୟାପକ କରାଯିବ ।  ଦରକାର ପଡିଲେ ଆଇନର ସଂଶୋଧନ ମଧ୍ୟ କରାଯିବ । କେବଳ ଏତିକି ନୁହେଁ ସ୍ୱାରକୀ ବିକାଶ , ପାଇକ ଏକାଡେମୀର ଗଠନ ଏବଂ ଓଡିଆ ଭାଷାର ପ୍ରତିଷ୍ଠାନ ଗୁଡିକର ପୁନର୍ଗଠନ ମଧ୍ୟ ହେବ ।

ସେହିପରି ଭାଷାର ବ୍ୟାପକତା ପାଇଁ ଓଡିଆ ସାହିତ୍ୟ ଭାଷାର ଅନୁବାଦ ଏକାଡେମୀ, ଅସ୍ମିତା ଭବନର ଗଠନ କରାଯିବ । ଓଡିଆ ଭାଷାର ଲାଇବ୍ରେରୀ ପାଇଁ ବ୍ୟବସ୍ଥା ମଧ୍ୟ ହେବ । ସବୁ ଜିଲ୍ଲାରେ କଳା ସଂସ୍କୃତିର ବିକାଶ ଦିଗରେ କାର୍ଯ୍ୟ  କରାଯିବ । ଏସବୁ ନେଇ ଓଡିଆ ଭାଷା କମିଶନ ଗଠନ ହେବ  । ଏନେଇ ମୁଖ୍ୟମନ୍ତ୍ରୀ ଅନ୍ୟ କେଉଁ ପଦକ୍ଷେପ ନେଲେ ଓଡିଆ ଅସ୍ମିତାର ଉନ୍ନତି ହୋଇପାରିବ ତାହାକୁ ନେଇ ରାଜ୍ୟବାସୀଙ୍କ ଠାରୁ ସେ ମତ ଲୋଡିଛନ୍ତି ।

Get real time updates directly on you device, subscribe now.