fbpx
BJD SKY
BJD SKY

ଗୁରୁତ୍ୱପୂର୍ଣ୍ଣ ସୂଚନା: ଆସନ୍ତାକାଲି ଏହି ୮ ଜିଲ୍ଲା ପାଇଁ ରହିଛି ବର୍ଷା ସମ୍ଭାବନା

BJD

ଓଡିଶା ଭାସ୍କର: ବାତ୍ୟା ପ୍ରଭାବରେ ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ସେହିପରି ଆସନ୍ତାକାଲି ବା ଶୁକ୍ରବାର ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଶେଷକରି ୮ ଜିଲ୍ଲାରେ ବର୍ଷା ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ତେବେ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କାଲି ମଧ୍ୟାହ୍ନ ପରେ ଏସବୁ ଜିଲ୍ଲା ସମେତ ପୁରା ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବା ସହ ଶୁଖିଲା ପାଗ ରହିବ ବୋଲି କୁହାଯାଇଛି। ଏହା ସହିତ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହାଲକା କୁହୁଡ଼ି ଦେଖାଯିବାର ମଧ୍ୟ ସମ୍ଭାବନା ରହିଛି। ସେହିପରି ଆସନ୍ତା ୯ ତାରିଖ ପରେ ସମଗ୍ର ରାଜ୍ୟରେ ଶୁଖିଲା ପାଗ ରହିବ। ଅନ୍ୟପଟେ ଆସନ୍ତା ୨-୩ ଦିନ ପରେ ରାଜ୍ୟରେ ଶୀତ ବଢିବ ବୋଲି ସୂଚନା ପ୍ରକାଶ କରାଯାଇଛି। ଏହି ସମୟରେ ହାରାହାରି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବ ବୋଲି ଏନେଇ ଆଜି ପାଣିପାଗ ବିଭାଗର ସଂଧ୍ୟାକାଳୀନ ବୁଲେଟିନରେ କୁହାଯାଇଛି।

 

Get real time updates directly on you device, subscribe now.