fbpx

ଆଫଗାନ୍ ସ୍ଥିତିକୁ ନେଇ ଦିଲ୍ଲୀରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ; ପାକିସ୍ତାନକୁ ପଠାଗଲା ନିମନ୍ତ୍ରଣ

ନୂଆଦିଲ୍ଲୀ: ଭାରତ ଆସନ୍ତା ମାସରେ ଆଫଗାନିସ୍ତାନର ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛି । ଯେଉଁଥିରେ ପାକିସ୍ତାନ ମଧ୍ୟ ଯୋଗ ଦେଇପାରେ । ତେଣୁ ଭାରତ, ପାକିସ୍ତାନକୁ ଆମନ୍ତ୍ରିତ କରିଛି । କାବୁଲ ଉପରେ ତାଲିବାନ କବଜା କରିବାର ଅନେକ ମାସ ପରେ ଆଫଗାନିସ୍ତାନର ଭବିଷ୍ୟତ ଉପରେ କ୍ଷେତ୍ରୀୟ ଶକ୍ତିକୁ ସାମିଲ କରିବା ପାଇଁ ଯୋଜନା ତିଆରି କରୁଛନ୍ତି । ଭାରତରେ ଆସନ୍ତା ମାସ ନଭେମ୍ବରରେ ଦିଲ୍ଲୀରେ ଆଫଗାନିସ୍ତାନ ସ୍ଥିତିକୁ ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ର ବୈଠକ ବସିବାକୁ ଯାଉଛି । ଏହି ବୈଠକକୁ ଋଷ ଏବଂ ପାକିସ୍ତାନ ନିମନ୍ତ୍ରିତ ହୋଇଛନ୍ତି ।

ଗୋଟେପଟେ ଭାରତ, ଋଷର ରାଜଧାନୀ ମସ୍କୋରେ ଡ୍ରାଫ୍ଟ ଆଲୋଚନାରେ ସାମିଲ ହେବାପାଇଁ କରାଯାଇଥିବା ନିମନ୍ତ୍ରଣକୁ ସ୍ୱୀକାର କରିଛି ଅନ୍ୟପଟେ ଆଫଗାନିସ୍ତାନକୁ ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ବୈଠକ ଡାକିବାକୁ ନିର୍ଣ୍ଣୟ ନେଇଛି । ଯେଉଁଥିରେ ପାକିସ୍ତାନକୁ ମଧ୍ୟ ଆମନ୍ତ୍ରିତ କରାଯାଇଛି । ସୂଚନା ଯେ, ଋଷର ମସ୍କୋରେ ହେବାକୁ ଥିବା ବୈଠକରେ ତାଲିବାନ ମଧ୍ୟ ସାମିଲ ହେବାକୁ ଯାଉଛି ।

ଆଫଗାନିସ୍ତାନ ପ୍ରସଙ୍ଗରେ ଆସନ୍ତା ମାସରେ ବସିବାକୁ ଥିବା ବୈଠକରେ ଋଷ ଓ ପାକିସ୍ତାନ ସମେତ ଚୀନ, ଇରାନ୍, ତାଜକିସ୍ତାନ ଏବଂ ଉଜବେକିସ୍ତାନକୁ ମଧ୍ୟ ଭାରତ ଆମନ୍ତ୍ରିତ କରିଛି । କୁହାଯାଉଛି ଯେ, ଗାତୀୟ ସୁରକ୍ଷା ପରିଷଦ ସଚିବାଳୟ ଦ୍ୱାରା ଆୟୋଜିତ କରାଯାଉଥିବା ସମ୍ମିଳନୀର ଅଧ୍ୟକ୍ଷତା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ କରିବେ । ବୈଠକରେ ଆଫଗାନିସ୍ତାନରେ ମାନବୀୟ ସଙ୍କଟ ଏବଂ ମାନବାଧିକାର କୁ ନେଇ ଚାଲିଥିବା ବିଭିନ୍ନ ବିବାଦ ସମ୍ପର୍କରେ ଆଲୋଚନା କରାଯିବ ।

Get real time updates directly on you device, subscribe now.