fbpx

ଏଣିକି ଆପଣମାନେ Credit Cardର ବିଲ୍ ପେମେଣ୍ଟ କରିପାରିବେ Debit Cardରେ, ଜାଣନ୍ତୁ ଏହାର ପ୍ରୋସେସ୍

ନୂଆଦିଲ୍ଲୀ: ଆଜିକାଲି ବ୍ୟାଙ୍କିଂ ଆପ ଓ କ୍ରେଡିଟ କାର୍ଡ କମ୍ପାନୀ ଆପ୍ ବ୍ୟତୀତ ମାର୍କେଟରେ କ୍ରେଡ୍, ପେଟିଏମ, ମୋବିକ୍ୱିକ, ଫୋନପେ, ଆମାଜନ ପରି ଥାର୍ଡ ପାର୍ଟି ମୋବାଇଲ ଆପ୍ ରହିଛି । ଏହି ଆପଗୁଡ଼ିକ ସାହାଯ୍ୟରେ କ୍ରେଡିଟ କାର୍ଡର ବିଲ ସହଜରେ ପେମେଣ୍ଟ କରାଯାଇଥାଏ । କ୍ରେଡିଟ କାର୍ଡର ବିଲ ପେମେଣ୍ଟ ସମୟରେ ନେଟବ୍ୟାଙ୍କିଂ ବା ୟୁପିଆଇ ପରି ପେମେଣ୍ଟ ମୋଡ଼ ଅପ୍ସନ ରହିଥାଏ । ତେବେ ଆସନ୍ତୁ ଜାଣିବା ଡେବିଟ କାର୍ଡକୁ ବ୍ୟବହାର କରି କିପରି କ୍ରେଡିଟ କାର୍ଡର ବିଲ ପେମେଣ୍ଟ କରିହେବ ।

୧- ପ୍ରଥମେ ପେଟିଏମ୍ ଆପ୍ ଡାଉନଲୋଡ୍ କରି ଅଲ୍ ସଭିସରେ କ୍ଲିକ କରନ୍ତୁ । ଏହାପରେ ମନ୍ଥଲି ବିଲ୍ସ ଉପରେ କ୍ଲିକ୍ କରି ବାମପଟେ ରିଚାର୍ଜ ଆଣ୍ଡ ପେ ବିଲ୍ସ ଉପରେ କ୍ଲିକ୍ କରନ୍ତୁ । ଏହାପରେ କ୍ରେଡିଟ୍ କାର୍ଡ ବିଲ୍ ଅପ୍ସନ ଦୃଶ୍ୟମାନ ହେବ । ହୋମ ପେଜରେ ରିଚାର୍ଜ ଆଣ୍ଡ ବିଲ ପେମେଣ୍ଟ ସେକ୍ସନରେ ମଧ୍ୟ ପେ କ୍ରେଡିଟ କାର୍ଡ ବିଲ ଅପ୍ସନ ଦେଖାଇଥାଏ । ଆପରେ ସର୍ଚ୍ଚ କରିବା ପରେ ପେ କ୍ରେଡିଟ କାର୍ଡ ବିଲର ଅପ୍ସନ ଆସିଯାଇଥାଏ ।

୨- ଯଦି ଆପଣ ପ୍ରଥମ ଥର କୌଣସି କାର୍ଡରୁ ପେମେଣ୍ଟ କରୁଛନ୍ତି, ତେବେ ଆଡ୍ କ୍ରେଡିଟ କାର୍ଡ ଉପରେ କ୍ଲିକ କରନ୍ତୁ । ଏହାପରେ କାର୍ଡ ନମ୍ବର ଦେଇ ପ୍ରୋସିଡରେ କ୍ଲିକ କରନ୍ତୁ । ଯଦି ପୂର୍ବରୁ କ୍ରେଡିଟ୍ କାର୍ଡ ସେଭ ଥିବ, ତେବେ ସେଥିରେ କ୍ଲିକ କରନ୍ତୁ । ଆମାଉଣ୍ଟ ଦେବା ପରେ ପ୍ରୋସିଡ୍ ଉପରେ କ୍ଲିକ୍ କରି ପେମେଣ୍ଟ ମୋଡ୍ ସିଲେକ୍ଟ କରନ୍ତୁ । ଏହାପରେ ପେମେଣ୍ଟ ରୂପରେ ୟୁପିଆଇ, ନେଟବ୍ୟାଙ୍କିଂ, ପେଟିଏମ ବ୍ୟାଙ୍କ ଓ ପେଟିଏମ ୱାଲେଟ ବ୍ୟତୀତ ଡେବିଟ୍ କାର୍ଡ ବାଛନ୍ତୁ ଓ ପେମେଣ୍ଟ ପୂରା କରନ୍ତୁ ।

Get real time updates directly on you device, subscribe now.