fbpx

ଭାରତ-ପାକିସ୍ତାନ ମ୍ୟାଚ୍ ଦିନ ସୋସିଆଲ ମିଡିଆ ଠାରୁ ଦୁରେଇ ରହିବେ ସାନିଆ ମିର୍ଜା ! ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଭାରତର ଟେନିସ୍ ଷ୍ଟାର୍ ଖେଳାଳୀ ସାନିଆ ମିର୍ଜା ଟି-୨୦ ବିଶ୍ୱ କପ୍ ରେ ଭାରତ ଓ ପାକିସ୍ତାନ ମ୍ୟାଚ୍ ଦିନ ସୋସିଆଲ ମିଡିଆରୁ ଗାୟବ୍ ହେବାର ଯୋଜନା କରୁଛନ୍ତି । ତେବେ ସାନିଆ ଏପରି ନିଷ୍ପତି ଭାରତ-ପାକିସ୍ତାନ ମ୍ୟାଚ୍ ଦିନ ସୋସିଆଲ ମିଡିଆରେ ହେବାକୁ ଥିବା ବିରୋଧୀ ମାହୋଲ ଠାରୁ ଦୂରେଇ ରହିବା ପାଇଁ ନେଇଛନ୍ତି । ପ୍ରାୟ ଦୁଇ ବର୍ଷ ପରେ ଶତ୍ରୁ ଦେଶ ଭାରତ-ପାକିସ୍ତାନ ମଧ୍ୟରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ହେବାକୁ ଯାଉଛି । ଦୁଇ ଦେଶ ମଧ୍ୟରେ ଅକ୍ଟୋବର ୨୪ ତାରିଖରେ ମ୍ୟାଚ୍ ହେବାକୁ ଯାଉଛି । ତେଣୁ ଏବେ ଦେଶ ବ୍ୟାପୀ ଲୋକଙ୍କ ନଜର ଅକ୍ଟୋବର ୨୪ ତାରିଖ ଉପରେ ।

 

View this post on Instagram

 

A post shared by Sania Mirza (@mirzasaniar)

ତେବେ ସାନିଆ ମିର୍ଜା ଇନଷ୍ଟାଗ୍ରାମରେ ଏକ ରିଲ୍ ସେୟାର୍ କରି ଲେଖିଛନ୍ତି ଯେ, ଭାରତ ବନାମ ପାକିସ୍ତାନ ଦିନ ବିଷାକ୍ତ ମାହୋଲ ଠାରୁ ବଞ୍ଚିବା ପାଇଁ ସୋସିଆଲ ମିଡିଆରୁ ଗାୟବ ହେଉଛି । ସେ ଇନଷ୍ଟାଗ୍ରାମ ରିଲ୍ ରେ କ୍ୟାପସନ୍ ରେ ଲେଖିଛନ୍ତି ବାଏ ବାଏ । ସୂଚନା ଯୋଗ୍ୟ, ପାକିସ୍ତାନ, ଭାରତକୁ ଆଜି ପର୍ଯ୍ୟନ୍ତ ବିଶ୍ୱ କପ୍ ରେ ହରାଇ ପାରିନାହିଁ । ଟି-୨୦ ବିଶ୍ୱ କପ୍ ରେ ଦୁଇ ଟିମ୍ ୫ ଥର ସାମନା-ସାମନୀ ହୋଇଛନ୍ତି । ଆଉ ସବୁ ମ୍ୟାଚରେ ଭାରତର ହିଁ ବିଜୟ ହୋଇଛି ।

Get real time updates directly on you device, subscribe now.