fbpx
BSKY
BJD MC SKY
BJD YOUTH SKY

ଇମ୍ରାନଙ୍କୁ ଘାରିଛି ଜେଲ ଯିବା ଭୟ: ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହେଲେ ପିଟିଏ ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ନେଇ ବିବାଦ ଲାଗି ରହିଛି । ବର୍ତ୍ତମାନ ତାଙ୍କୁ ନେଇ ଆଉ ଏକ ବଡ ଖୁଲାସା ହୋଇଛି । ଜେଲ ଯିବା ଭୟରେ ଇମ୍ରାନ ଖାନ୍ କୁବ ଅସୁସ୍ଥ ହୋଇ ପଡିଛନ୍ତି, ଯାହା ଫଳରେ ତାଙ୍କୁ ମେଡିକାଲରେ ଭର୍ତ୍ତି ହୋଇଥିବା କୁହାଯାଉଛି । ଏବେ ଇମ୍ରାନ ଲାହୋରର ଶୋକତ୍ ଖାନମ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ତେବେ ଲଗାତାର ଭାବରେ ତାଙ୍କର ପେଟ ଯନ୍ତ୍ରଣା ହେଉଥିବା କହିବାରୁ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଛି ।

ରିପୋର୍ଟ ଅନୁସାରେ, ପ୍ରାୟ ୪ ଘଣ୍ଟା ଅପେକ୍ଷା ପରେ ପିଟିଆଇ ନେତା ହସ୍ପିଟାଲରୁ ଘରକୁ ଫେରି ଆସିଥିଲେ । ତେବେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଗତ ଶୁକ୍ରବାର ଦିନରୁ ବିଚଳିତ ଏବଂ ସାମାନ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ । ତେବେ ଦେହ ଅଧିକ ଅସୁସ୍ଥ ହୋଇ ପଡିବାରୁ ଇମ୍ରାନଙ୍କୁ ସୁରକ୍ଷା ସହିତ ମେଡିକାଲକୁ ନିଆଯାଇଛି । ହସ୍ପିଟାଲରେ ୪ ଘଣ୍ଟା ରହିବା ପରେ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ପିଟିଆଇ ନେତା ଇମ୍ରାନ ଖାନ୍ । ଶନିବାର ମେଡିକାଲରେ ପହଞ୍ଚିବା ପରେ ଏମ୍ସ୍ତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା ଦାୟିତ୍ୱରେ ରହିଛନ୍ତି । ପେଟ ଯନ୍ତ୍ରଣାର କାରଣ ଜାରିବା ପାଇଁ ଇମ୍ରାନଙ୍କର ବିଭିନ୍ନ ପ୍ରକାର ଯାଞ୍ଚ କରାଇଛନ୍ତି ଡାକ୍ତର ।

ସୂଚନା ଥାଉ କି, ମେ’ ୯ ତାରିଖରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରୀଫସରକାରଙ୍କ ତରଫରୁ ଇମ୍ରାନ ଖାନଙ୍କୁ ଅଲକାଦୀର ଟ୍ରଷ୍ଟ ମାମଲାରେ ଇସଲାମାବାଦ ଉଚ୍ଚ ନ୍ୟାୟାଳୟ ପରିସରରୁ ଗିରଫ କରାଯାଇଥିଲା । କିଛି ଦିନ ପୋଲିସ ହେପାଜତରେ ରହିବା ପରେ ସୁପ୍ରିମକୋର୍ଟ ତାଙ୍କ ଗିରଫକୁ ଅବୈଧ ଘୋଷଣା କରିଥିଲେ । ଏହାପରେ ସେ ଜେଲରୁ ବାହାରିବା ସହ କୋର୍ଟ ତାଙ୍କୁ ୨ ସପ୍ତାହ ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି ।

Get real time updates directly on you device, subscribe now.