fbpx
BSKY
BJD MC SKY
BJD YOUTH SKY

ମ୍ୟାଚ୍ ମାତ୍ର ୧୬ ମିନିଟ୍ ଧରି ଚାଲିଥିଲା, ତା’ପରେ ଭୟଙ୍କର ଦୁର୍ଘଟଣା ବଦଳାଇଲା ଦୃଶ୍ୟ : ୧୨ ମୃତ, ୫୦୦ ଆହତ

ନୂଆଦିଲ୍ଲୀ: ଫୁଟବଲ ସହିତ ଦୁର୍ଘଟଣାର ସମାନ ସମ୍ପର୍କ ରହିଛି। ତାଜା ମାମଲା ସାଲଭାଡୋରର, ଯେଉଁଠାରେ ଫୁଟବଲ ଷ୍ଟାଡିୟମରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି। ଅଲ୍‌ ସାଲଭାଡୋରରେ ଶନିବାର ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ପ୍ରବେଶ କରିବା ବେଳେ ଦଳାଚକଟାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୫୦୦ ଲୋକ ଆହତ ହୋଇଥିବା କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ପ୍ରବେଶ ଦ୍ୱାର ବନ୍ଦ ହେବା ପରେ ଯେତେବେଳେ ଅନେକ ଲୋକ ଷ୍ଟାଡିୟମରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ, ସେହି ସମୟରେ ଏହି ଘଟଣା ଘଟିଥିଲା। ସେହି ବେଳର ଏକ ଭିଡିଓ ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଅନେକ ଲୋକ ପ୍ରବେଶ ଦ୍ୱାରରୁ ବ୍ୟାରିକେଡ୍ ହଟାଉଥିବା ନଜର ଆସୁଛନ୍ତି।

ସୂଚନା ରହିଛି, ମ୍ୟାଚର ୧୬ ମିନିଟ ପରେ ଏହି ଘଟଣା ଘଟିଥିଲା, ଯାହା ପରେ ଖେଳକୁ ରଦ୍ଦ କରାଯାଇଥିଲା। ଶନିବାର କୁସ୍କେଟଲନ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଫୁଟ୍‌ବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। କୁସ୍କେଟଲନ ଷ୍ଟାଡିୟମ ମଧ୍ୟ-ଆମେରିକାର ସବୁଠାରୁ ବଡ ଷ୍ଟାଡିୟମ ମଧ୍ୟରୁ ଗୋଟିଏ। ଏହାର କ୍ଷମତା ୪୪,୦୦୦ରୁ ଅଧିକ।

ସେପଟେ ଏହି ଅଘଟଣକୁ ନେଇ ସଲ୍‌ଭାଡୋରନ ଫୁଟବଲ୍ ଫେଡେରେସନ୍ ଗଭୀର ଦୁଃଖ ପ୍ରକାଶ କରିଛି। ମହାସଂଘ କହିଛି ଯେ ସେମାନେ ଏହି ଘଟଣାରେ ରିପୋର୍ଟ ମାଗିଛନ୍ତି। ଏ ନେଇ ସୁରକ୍ଷା ଆୟୋଗ ସହିତ ଏକ ବୈଠକ କରାଯିବ।

ଅଲ୍‌ ସଲ୍‌ଭାଡୋର୍‌ର ରାଷ୍ଟ୍ରପତି ନାୟବ ବୁକେଲେ କହିଛନ୍ତି, ନ୍ୟାସନାଲ ସିଭିଲ୍‌ ପୋଲିସ ଏବଂ ଅଟାର୍ଣ୍ଣି ଜେନେରାଲ କାର୍ଯ୍ୟାଳୟ ଷ୍ଟାଡିୟମରେ ଘଟିଥିବା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ। ଟିମ୍, ମ୍ୟାନେଜର, ଷ୍ଟାଡିୟମ୍, ଲିଗ୍, ଫେଡେରେସନ୍ ସମସ୍ତଙ୍କର ଯାଞ୍ଚ ହେବ। ଯିଏ ଦୋଷୀ ବାହାରିବେ, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏବେ ପ୍ରଶ୍ନ ହେଉଛି ଏହି ଦୁର୍ଘଟଣା କିପରି ହେଲା?

ଅଧିକାରୀଙ୍କ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଏହି ମ୍ୟାଚ୍ ପାଇଁ ନକଲି ଟିକେଟ୍ ଲୋକମାନଙ୍କୁ ବିକ୍ରି କରାଯାଇଥିଲା, ଯେଉଁଥିପାଇଁ ଏହି ଘଟଣା ଘଟିଥିଲା ​​। ବର୍ତ୍ତମାନ ଏହି ମାମଲାରେ ଛାନଭିନ ପ୍ରକ୍ରିୟା ଚାଲିଛି। ଏହି ଘଟଣାରେ ସ୍ଥାନୀୟ ପୋଲିସ ମଧ୍ୟ ଅପରାଧିକ ତଦନ୍ତ କରିବ।

Get real time updates directly on you device, subscribe now.