fbpx
BJD SKY
BJD SKY

ପୁଣି ଛଡାଇ ନିଆଯିବ ଇମରାନ୍ ଖାନ୍‌ଙ୍କ ‘ବ୍ୟାଟ୍‌’; ପାକିସ୍ତାନ ସୁପ୍ରିମକୋର୍ଟ ଦେଲେ ଏପରି ଟିପ୍ପଣୀ

BJD

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍‌ଙ୍କ ଦଳ ତେହରିକ୍‌-ଏ-ଇନସାଫକୁ ଏହାର ନିର୍ବାଚନୀ ଚିହ୍ନ ମିଳିବାର ମାତ୍ର କିଛି ଘଣ୍ଟା ବି ହୋଇଛି ସୁପ୍ରିମକୋର୍ଟ ମୁଖ୍ୟବିଚାରପତିଙ୍କ ଏହି ଟିପ୍ପଣୀ ଜେଲ୍‌ରେ ବନ୍ଦ ଇମରାନ୍‌ଙ୍କୁ ପୁଣି ସମସ୍ୟାରେ ପକାଇ ଦେଇଛି । ପାକିସ୍ତାନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କାଜୀ ଫୈଜ ଇସା ଶୁକ୍ରବାର କହିଛନ୍ତି ପାକିସ୍ତାନ ତେହରିକ୍ ଏ ଇନସାଫ(ପିଟିଆଇ)ର ନିର୍ବାଚନୀ ଚିହ୍ନ ବ୍ୟାଟ୍ କୁ ବଜାୟ ରଖିବା ନେଇ ପେଶୱାର ଉଚ୍ଚ ନ୍ୟାୟାଳୟର ଆଦେଶ ଭୁଲ୍ ଥିଲା । ଏଠାରେ ସୂଚାଇ ଦିଆଯାଇପାରେ କି ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍‌ଙ୍କ ଦଳ ପିଟିଆଇକୁ ଏହାର ନିର୍ବାଚନୀ ଚିହ୍ନ ଫେରସ୍ତ ମିଳିବାର ମାତ୍ର କିଛି ଘଣ୍ଟା ହିଁ ହୋଇଥିଲା । ଏବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଏହି ଟିପ୍ପଣୀ ଜେଲ୍‌ରେ ବନ୍ଦ ଇମରାନଙ୍କ ଚିନ୍ତା ଆହୁରି ବଢାଇ ଦେଇଛି ।

ତେବେ ପାକିସ୍ତାନ ନିର୍ବାଚନ କମିଶନ ଶୁକ୍ରବାର ପେଶୱାର ଉଚ୍ଚନ୍ୟାୟାଳୟ ନିଷ୍ପତ୍ତି ବିରୁଦ୍ଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ନିର୍ବାଚନ ଆୟୋଗ ଇମରାନଙ୍କ ଦଳରେ ସଂଗଠନାତ୍ମକ ନିର୍ବାଚନକୁ ଅସମ୍ବିଧାନିକ ଘୋଷଣା କରି ଦଳର ନିର୍ବାଚନୀ ଚିହ୍ନ ବ୍ୟାଟକୁ ରଦ୍ଦ କରି ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ନିର୍ବାଚନ ଆୟୋଗଙ୍କ ଏହି ନିଷ୍ପତ୍ତିକୁ ପେଶୱାର ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଥିଲେ ।

ପାକିସ୍ତାନ ସୁପ୍ରିମକୋର୍ଟ ଶୁଣାଣୀ ସମୟରେ ପ୍ରଶ୍ନ ଉଠାଇଛନ୍ତି କି, ଉଚ୍ଚ ନ୍ୟାୟାଳୟ ପିଟିଆଇର ସଂଗଠନାତ୍ମକ ନିର୍ବାଚନକୁ ଆଇନ ଅନୁରୂପ ପାଇଛନ୍ତି କି? ଆହୁରି କହିଛନ୍ତି ଦଳକୁ ବ୍ୟାଟ୍ ଚିହ୍ନ ଆବଣ୍ଟନ କରିବା ଏହାର ପରବର୍ତ୍ତୀ ପ୍ରସଙ୍ଗ ଅଟେ । କୋର୍ଟ କହିଛନ୍ତି ସର୍ବପ୍ରଥମେ ଆମେ ଦଳର ଅନ୍ତରୀଣ ନିର୍ବାଚନକୁ ସମୀକ୍ଷା କରିବାକୁ ହେବ । ଏହା ସହିତ ପେଶୱାର ଉଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.