fbpx

ସରିଲା ଇମ୍ରାନଙ୍କ ଖେଳ, ଅନାସ୍ଥା ପ୍ରସ୍ତାବରେ ହାରି ପ୍ରଧାନମନ୍ତ୍ରୀ ପଦରୁ ବିଦାହେଲେ

Advertisement

ନୂଆଦିଲ୍ଲୀ: ପାକିସ୍ତାନରେ କିଛିଦିନ ଧରି ଲାଗି ରହିଥିବା ରାଜନୈତିକ ଅସ୍ଥିରତା ଉପରେ ଏକପ୍ରକାରର ରୋକ୍ ଲାଗିଛି । ସମାପ୍ତ ହୋଇଛି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଖେଳ । ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଅନାସ୍ଥା ପ୍ରସ୍ତାବରେ ହାରି ନିଜ ପଦରୁ ବିଦା ହୋଇଛନ୍ତି ଇମ୍ରାନ ।

ଗତକାଲି ବିଳମ୍ବିତ ରାତ୍ରିରେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୭୩ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ଗୋଟିଏ ବି ଭୋଟ ପଡ଼ିନଥିଲା । ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ)ର ଜଣେ ହେଲେ ବି ସାଂସଦ ଅନାସ୍ଥା ଭୋଟରେ ସାମିଲ ହୋଇନଥିଲେ । ଏପରିକି ଅନାସ୍ଥା ପ୍ରସ୍ତାବ ସମୟରେ ଇମ୍ରାନ ମଧ୍ୟ ଉପସ୍ଥିତ ନଥିଲେ ।

ପୂର୍ବରୁ ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ପୂର୍ବରୁ ଇମ୍ରାନ ତିନୋଟି ସର୍ତ୍ତ ରଖିଥିଲେ । ପଦ ଛାଡ଼ିବା ପରେ ତାଙ୍କୁ ଗିରଫ କରାନଯିବା, ଶାହବାଜ ସରିଫଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ପ୍ରଧାନମନ୍ତ୍ରୀ କରିବା ଓ ପଦ ଛାଡ଼ିବା ପରେ ତାଙ୍କ ବିରୋଧରେ ଏନଏବି ଆଧାରେ କୌଣସି କେସ୍ ରୁଜୁ କରାନଯିବା ଏପରି ୩ଟି ସର୍ତ୍ତ ଇମ୍ରାନ ରଖିଥିଲେ ।

ବିଗତ କିଛିଦିନ ଧରି ଇମ୍ରାନଙ୍କ ବିରୋଧରେ ବିରୋଧୀମାନେ କଡ଼ା ଆଭିମୁଖ୍ୟ କରି ଗ୍ରହଣ ତାଙ୍କୁ ହଟାଇବାକୁ ପ୍ରୟାସ କରି ଆସିଥିଲେ । ଏପରି ସ୍ଥିତିରେ ଇମ୍ରାନ ଭାରତର ଦୈଦେଶିକ ନୀତିକୁ ପ୍ରଶଂସା କରିବାରେ ଲାଗିଥିଲେ । ଏକ କାର୍ଯ୍ୟକ୍ରମରେ ଜନତାଙ୍କୁ ସମ୍ବୋଧିତ କରିବାକୁ ଯାଇ ଇମ୍ରାନ ଭାରତକୁ ପ୍ରଶଂସା କରିଥିଲେ ।

Get real time updates directly on you device, subscribe now.