fbpx

ନନ୍ଦନକାନନରେ ଧଳାବାଘୁଣୀ ବାଘୁଣୀ ବିଜୟା ଛୁଆ ରକି ଅସୁସ୍ଥ, ସ୍ୱତନ୍ତ୍ର ଖୁଆଡରେ ଚାଲିଛି ଚିକିତ୍ସା

ବାରଙ୍ଗ, (ଭାସ୍କର ନ୍ୟୁଜ୍‌) : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘୁଣୀ ବିଜୟା ଗର୍ଭରୁ ଜନ୍ମିତ ବାଘ ଛୁଆ ରକି ଅସୁସ୍ଥ ହୋଇ ଚିକିତ୍ସା ହେଉ ଥିବା ଜଣାପଡିଛି ।ନନ୍ଦନକାନନ ପ୍ରାଣୀରେ ଏହି ୧୨ ମାସର ବାଘ ଛୁଆ ରକିର ଅସୁସ୍ଥା କାରଣ ପାଇଁ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଛି । ତାର ଝାଡା ହେଉଥିବାରୁ ତାକୁ ଖୁଆଡରୁ ଆଣି ସ୍ୱତନ୍ତ୍ର ଖୁଆଡରେ ରଖାଯାଇ ଚିକିତ୍ସା ଜାରି ରଖା ଯାଇଛି । ତାହା ସହ ପାର୍ବ ରୋଗରେ ଆକ୍ରାନ୍ତ ହୋଇଥିବା ସନ୍ଦେହ ସୃଷ୍ଟି ମଧ୍ୟ କରାଯାଉଛି । ଚିକିତ୍ସାଳୟରେ ଯଦିଓ ତାର ସ୍ୱାସ୍ଥ୍ୟର ଉନ୍ନତି ନଘଟେ ଇଣ୍ଡିଆନ ଭେଟନାରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବିଶେଷଜ୍ଞଙ୍କର ପରାମର୍ଶ ଲୋଡାଯିବ ବୋଲି ସୂଚନା ମିଳିଛି । ତାର ଚିକିତ୍ସା ଜାରି ରହିଥିବାବେଳେ ତାକୁ ସାଲାଇନ ସମେତ ଅନ୍ୟ ଔଷଧ ଦିଆଯାଉଛି ।

Get real time updates directly on you device, subscribe now.