fbpx

ସଫଳ ହେଲା ଅଏଲ୍‌ ଇଣ୍ଡିଆର ସେସମିକ୍‌ ସର୍ଭେ, ଗୋପ ବ୍ଲକ୍‌ ଅଞ୍ଚଳରେ ରହିଛି ବହୁ ପରିମାଣର ପେଟ୍ରୋଲ ଓ ଗ୍ୟାସ ଭଣ୍ଡାର

ଗୋପ, (ଭାସ୍କର ନ୍ୟୁଜ୍‌) : ସଫଳ ହେଲା ଅଏଲ୍‌ ଇଣ୍ଡିଆର ସେସମିକ୍‌ ସର୍ଭେ। ଗୋପରୁ ମିଳିଲା ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ପେଟ୍ରୋଲର ଭଣ୍ଡାର।  ଶନିବାର ପୂର୍ବାହ୍ନରେ ଅଏଲ୍‌ ଇଣ୍ଡିଆ ର ସିଜିଏମ୍‌ ଡ଼ଃ ବିରଞ୍ଚି ନାରାୟଣ ସାହୁଙ୍କ ନେତୃତ୍ୱ କ୍ରମେ ଏକ ୬ ଜଣିଆ ଟିମ୍‌ ଗୋପ ବ୍ଲକ ଅଞ୍ଚଳ ୨ ଗୋଟି ପଞ୍ଚାୟତ ରେ ପହଞ୍ଚି ବିଭିନ୍ନ ବର୍ଗର ଚାଷୀ ମାନଙ୍କ ସହିତ ବୈଠକ ସହ ଅନ୍ୟାନ୍ୟ କେତେକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ବୈଠକ ପରେ ଅଏଲ୍‌ ଇଣ୍ଡିଆର ସେସମିକ୍‌ ସର୍ଭେ ସଫଳ ହୋଇଥିବା ଜଣାପଡିଥିବା ବେଳେ ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଗ୍ୟାସ୍‌ ରହିଥିବା ମଧ୍ୟ ସୂଚନା ଦେଇଛନ୍ତି ।

ପ୍ରକାଶ ଯେ ୨୦୨୦ ମସିହାରେ ଅଏଲ୍‌ ଇଣ୍ଡିଆ କମ୍ପାନୀ ପକ୍ଷରୁ ଗୋପ ବ୍ଲକ ଅଞ୍ଚଳ ସହିତ କୋଣାର୍କ ଏନ୍‌ ସି ଅଞ୍ଚଳ ର ବିଭିନ୍ନ ସ୍ଥାନରେ ପ୍ରାକୃତିକ ଗ୍ୟାସ ଓ ତୈଳକୁ ନେଇ କାର୍ଯ୍ୟ ଆରମ୍ଭ ହେବା ସହ ଖନନ କାର୍ଯ୍ୟ କରାଯାଇଥିଲା । ବିଭିନ୍ନ ସମୟରେ ଅଏଲ୍‌ ଇଣ୍ଡିଆର ଅଧିକାରୀମାନେ ଆସି ମଧ୍ୟ ବୁଲି ଦେଖିଥିଲେ । ପରେ ଗୋପ ପଞ୍ଚାୟତର କୁଶୁପୁର, ମହଲପଡା ପଞ୍ଚାୟତର ଚିତ୍ରା ଅଞ୍ଚଳରେ ପ୍ରଚୁର ପରିମାଣର ପ୍ରାକୃତିକ ଗ୍ୟାସ ସହିତ ତୈଳ ଥିବା ସାଟଲାଇଟ୍‌ ଚିତ୍ର ମାଧ୍ୟମରେ ଜଣା ଥିଲା । ଗତ ମାର୍ଚ୍ଚ ୨୫ ତାରିଖ ଦିନ ଅଏଲ୍‌ ଇଣ୍ଡିଆର ଗୋଟିଏ ୮ ଜଣିଆ ଟିମ୍‌ ଗୋପ ବ୍ଲକ ଅଞ୍ଚଳର ୨ ଗୋଟି ପଞ୍ଚାୟତ ରେ ପହଞ୍ଚି ଜନପ୍ରତିନିଧି ଓ ବିଭିନ୍ନ ଗାଁ ଲୋକ ମାନଙ୍କ ସହିତ କଥାବାର୍ତ୍ତା କରିଫେରିଥିଲେ । ସାଟଲାଇଟ୍‌ ମାଧ୍ୟମରେ ପ୍ରାକୃତିକ ଗ୍ୟାସ, ତୈଳ ଥିବା ସ୍ପଷ୍ଟ ହେବା ପରେ ଶନିବାର ଆଉ ଏକ ୬ ଟିମ୍‌ ଗୋପ ବ୍ଲକ ର ଏହି ଦୁଇ ଗୋଟି ସ୍ଥାନରେ ପହଞ୍ଚିବା ସହିତ ଶତାଧିକ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ ଗୋପ ବ୍ଲକର କୁଶୁପୁର ଓ ଚିତ୍ରା ଗାଁ ରେ ୧୬ ଏକର ଚାଷଜମି ନିଆ ଯାଇ ଯାଇ କାର୍ଯ୍ୟ ଆରମ୍ଭ କରାଯିବା ସହ ଆବଶ୍ୟକିୟ ରାସ୍ତା,ପିଇବା ପାଣି ସହିତ ଅନ୍ୟାନ୍ୟ କାର୍ଯ୍ୟ କରାଯିବ । ଏପରି ଏକ ସମୀକ୍ଷା ବୈଠକ ସଂପର୍କରେ ଅଏଲ୍‌ ଇଣ୍ଡିଆ ର ସେସମିକ୍‌ ସର୍ଭେ ସମ୍ପର୍କରେ ଅଏଲ୍‌ ଇଣ୍ଡିଆର ସିଜିଏମ୍‌ ଡ଼ଃ ବିରଞ୍ଚି ନାରାୟଣ ସାହୁଙ୍କୁ ପଚାରିବାରେ ଏହି ଅଞ୍ଚଳରେ ପ୍ରାକୃତିକ ଗ୍ୟାସ ସହିତ ତୈଳ ର ସନ୍ଧାନ ମିଳିବା ପରେ କାର୍ଯ୍ୟ ଆରମ୍ଭ ହୋଇଛି । ଗୋପର କୁଶୁପୁରୁରେ ୭୫ ପରସେଣ୍ଟରୁ ଅଧିକ ଓ ମହଲପଡାର ଚିତ୍ରାରେ ୪୦ ପରସେଣ୍ଟରୁ ଅଧିକ ପ୍ରାକୃତିକ ଗ୍ୟାସ ସହ ତୈଳ ଥିବା ସୂଚନା ଦେଇଛନ୍ତି । ଶନିବାର ଏହି ବୈଠକ ପରେ ଗୋପ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Get real time updates directly on you device, subscribe now.