fbpx

ଅସହ୍ୟ ତାତିରେ ସିଝୁଛି ଓଡ଼ିଶା, ଆହୁରି ୪ରୁ ୫ ଦିନ ଯାଏଁ ଆକାଶରୁ ବର୍ଷିବ ନିଆଁ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଅସହ୍ୟ ତାତିରେ ସିଝୁଛି ଓଡ଼ିଶା। ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି । ତାତିରେ ଛଟପଟ ହୋଉଛନ୍ତି ଲୋକେ। ଆଭ୍ୟନ୍ତରୀଣ ଓଡ଼ିଶା ତାତି ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ସ୍ୱାଭାବିକଠୁ ୨ରୁ ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ଆଶଙ୍କ କରାଯାଇଛି।

ଶନିବାର ଦିନ ରାଜ୍ୟର ୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ୪୧.୫ ଡିଗ୍ରୀ ସହ ବଲାଙ୍ଗିର ଓ ବୌଦ୍ଧ ସର୍ବାଧିକ ଉତପ୍ତ ସହର ପାଲଟିଛନ୍ତି । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଶନିବାର ଦିନ ଝାରସୁଗୁଡ଼ାରେ ୪୧.୪ଂ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ ଓ ବାରିପଦାରେ ତାପମାତ୍ରା ୪୧ ଡିଗ୍ରୀ, ସୋନପୁରରେ ୪୦.୮ଂ, ଅନୁଗୁଳରେ ୪୦.୭ ଡିଗ୍ରୀ, ତାଳଚେରରେ ୪୦.୪ଂ ଓ ସମ୍ବଲପୁରରେ ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୩୬.୮ ଡିଗ୍ରୀ, କଟକରେ ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି।

Get real time updates directly on you device, subscribe now.