fbpx
BSKY
BJD SHG SKY
BJD YOUTH SKY

ଶେହବାଜ ସରକାରଙ୍କ ବିରୋଧରେ ଇମ୍ରାନ ଖାନଙ୍କ ଆନ୍ଦୋଳନ: ଯୋଗ ଦେବେ ପିଟିଆଇ କାର୍ଯ୍ୟକର୍ତ୍ତା

ନୂଆଦିଲ୍ଲୀ: ହାଇକୋର୍ଟରୁ ଜାମିନ ମିଳିବା ପରେ ପାକିସ୍ତାନ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଶେହବାଜ ଶରୀଫଙ୍କ ସରକାର ବିରୋଧରେ ଆଜିଠୁ ଆରମ୍ଭ ହୋଇଛି ‘ଜେଲ୍ ଭରୋ ଆନ୍ଦୋଳନ’ । ଏହି ଆନ୍ଦୋଳନ ଯୋଗୁଁ ପିଟିଆଇର କାର୍ଯ୍ୟକର୍ତ୍ତା ପଞ୍ଜାବ ପ୍ରାନ୍ତର ରାଜଧାନୀ ଲାହୋରରେ ରାସ୍ତାକୁ ଓହ୍ଲାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ଆନ୍ଦୋଳନ ଜରିଆରେ ମୋଟ ୨୦୦ରୁ ଅଧିକ ଇମ୍ରାନଙ୍କ ସମର୍ଥକ ନିଜ ଗିରଫ ଦେବା ପାଇଁ ପ୍ରସ୍ତୁତି କରୁଛନ୍ତି ।

କିଛି ଦିନ ପୂର୍ବରୁ ପିଟିଆଇ ମୁଖ୍ୟ ଇମ୍ରାନ ଖାନ ସୋସିଆଲ ମିଡିଆରେ ଏକ ଭିଡିଓ ମାଧ୍ୟମରେ ମେସେଜ ପୋଷ୍ଟ କରିଥିଲେ । ଏହି ଭିଡିଓରେ ସେ ନିଜ ସମର୍ଥକମାନଙ୍କୁ ଗିରଫ ହେବା ସହିତ ଭୟର ମାହୋଲକୁ ଶେଷ କରିବା ପାଇଁ ଅପିଲ କରିଥିଲେ । ସେପଟେ ଶେହବାଜ ଶରୀଫଙ୍କ ମନ୍ତ୍ରୀ ମରିୟମ ଔରଙ୍ଗଜେବ ଇମ୍ରାନ ଖାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଅନ୍ୟ ପକ୍ଷରେ ଦେଶରେ ମହଙ୍ଗା ମାଡ ପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫଙ୍କୁ ଦାୟୀ କରିଥିଲେ ପିଟିଆଇ ନେତା ଶାହ ମହମୁଦ କ୍ୟୁରେଶୀ । ତେଣୁ ଏହି ଜେଲ ଭରୋ ଆନ୍ଦୋଳନ ଏଭଳି କିଛି ପ୍ରସଙ୍ଗକୁ ନେଇ ସୃଷ୍ଟି ହୋଇଛି ବୋଲି କହିଛନ୍ତି ପିଟିଆଇର ନେତା ।

ଫୈସଲାବାଦ, କସୁର ଏବଂ ଶେଖୁପୁରା ଭଳି ଦେଶର ବିଭିନ୍ନ ସହରରେ ରାଲି କରିଛନ୍ତି ପିଟିଆଇ ସମର୍ଥକ । ଇମ୍ରାନ ଖାନଙ୍କ ଏହି ଆନ୍ଦୋଳନକୁ ନଜରରେ ରଖି ଲାହୋରରେ ବୁଧବାର ଦିନ ପାଇଁ ୧୪୪ ଧାରା ଲାଗୁ କରି ଦିଆଯାଇଛି । ତେବେ ଆନ୍ଦୋଳନର ପ୍ରଥମ ପର୍ଯ୍ୟାୟରେ ପିଟିଆଇର କିଛି ନେତା ଗିରଫ ଦେଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏହି ତାଲିକାରେ ପଞ୍ଜାବର ପୂର୍ବତନ ରାଜ୍ୟପାଳ ସରଫରାଜ ଚୀମା, ସାଂସଦ ବଲୀଲ ଇକବାଲ ଭଳି ଚିହ୍ନା ଚେହେରା ସାମିଲ ରହିଛି ।

Get real time updates directly on you device, subscribe now.