fbpx
BJD SKY
BJD SKY

୧୧ ରାଜ୍ୟରେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କର ଯୌନ ସହଭାଗୀ ଅଧିକ, ସର୍ଭେରୁ ହେଲା ଖୁଲାସା

BJD

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରେ ମହିିଳା ଏବଂ ପୁରୁଷଙ୍କ ମଧ୍ୟରେ ଯୌନ ସମ୍ପର୍କକୁ ନେଇ ବଡ଼ ଖୁଲାସା ହୋଇଛି। ସର୍ଭେ ଅନୁସାରେ ୧୧ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ପୁରୁଷଙ୍କ ତୁଳନାରେ ମହିଳାଙ୍କର ହାରାହାରୀ ଏକରୁ ଅଧିକ ଯୌନ ସହଭାଗୀ ଅଧିକ ଅଛନ୍ତି। ଯେତେବେଳେ କି, ଏପରି ପୁରୁଷମାନଙ୍କ ମଧ୍ୟରୁ ୪ ପ୍ରତିଶତ ରହିଛି। ଏହି ସଂଖ୍ୟା କୁହାଯାଇଥିବା ମହିଳାଙ୍କ ସଂଖ୍ୟାଠାରୁ ବହୁତ ଅଧିକ ଅଟେ। ଏକରୁ ଅଧିକ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ମହିଳାଙ୍କ ସଂଖ୍ୟା ହେଉଛି ୦.୫ ପ୍ରତିଶତ ରହିଛି।

୧ ଲକ୍ଷ ପୁରୁଷ ଏବଂ ୧.୧ଲକ୍ଷ ମହିଳାଙ୍କୁ ନେଇ କରାଯାଇଥିବା ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରେ ଏହା ଜଣା ପଡିଥିଲା ଯେ, ଅନେକ ରାଜ୍ୟରେ ମହିଳାମାନଙ୍କର ଯୌନ ସହଭାଗୀ ପୁରୁଷମାନଙ୍କ ତୁଳନାରେ ଅଧିକ ରହିଛି। ଏହି ୧୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ହେଉଛି ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼, ଜାମ୍ମୁ-କାଶ୍ମୀର, ଲଦାଖ, ମଧ୍ୟପ୍ରଦେଶ, ଆସାମ, କେରଳ, ଲାକ୍ଷଦ୍ବୀପ, ପୁଡୁଚେରୀ ଏବଂ ତାମିଲନାଡୁ।

ରାଜସ୍ଥାନରେ ଏଭଳି ମହିଳାଙ୍କର ସଂଖ୍ୟା ସର୍ବାଧିକ ରହିଛି। ଯେଉଁମାନଙ୍କର ଏକରୁ ଅଧିକ ଯୌନ ସହଭାଗୀ ରହିଛନ୍ତି। ଏଭଳି ମହିଳାଙ୍କ ୩.୧ପ୍ରତିଶତ ଯୌନ ସହଭାଗୀ ରହିଛନ୍ତି,ଯେତେବେଳେ ଏକରୁ ଅଧିକ ଯୌନ ସହଭାଗୀ ପୁରୁଷଙ୍କ ସଂଖ୍ୟା ୧.୮ ରହିଛି। ୨୦୧୯ ରୁ ୨୦୨୧ ମଧ୍ୟରେ କରାଯାଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -୫, ୨୮ ଟି ରାଜ୍ୟ ତଥା ଦେଶର ଆଠଟି କେନ୍ଦ୍ର ଶାସିତ ଅଞ୍ଚଳର ୭୦୭ ଟି ଜିଲ୍ଲା ଉପରେ ସର୍ଭେ କରିଛି। ଏହାର ରିପୋର୍ଟଗୁଡିକ ସାମାଜିକ-ଅର୍ଥନୈତିକ ଏବଂ ଅନ୍ୟାନ୍ୟ ପୃଷ୍ଠଭୂମି ବୈଶିଷ୍ଟ୍ୟ, ନୀତି ପ୍ରଣୟନ ଏବଂ ପ୍ରଭାବଶାଳୀ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ପାଇଁ ମଧ୍ୟ ଉପଯୋଗୀ ତଥ୍ୟ ପ୍ରଦାନ କରିଥାଏ।

ତେବେ ଏଥିରୁ ବହୁ ଗୁରୁତ୍ୱପୁର୍ଣ୍ଣ ସୂଚନା ମିଳିଥିଲା। ଏହି ସର୍ଭେ ଅନୁସାରେ ଗ୍ରାମୀଣ ମହିଳାମାନଙ୍କର ଯୌନ ସହଭାଗୀଙ୍କ ସଂଖ୍ୟା ୧.୮ ପ୍ରତିଶତ ରହିଥିଲା। ଗ୍ରାମୀଣ ଅଞ୍ଚଳରେ ପୁରୁଷମାନଙ୍କ ସଂଖ୍ୟା ମଧ୍ୟ ସମାନ ଥିଲା। ସେହିଭଳି ଏହି ସମୟରେ ସହରୀ ମହିଳା ୧.୫ ପ୍ରତିଶତ ଥିଲେ। ଯଦି ଏହି ସର୍ବେକ୍ଷଣକୁ ଜଣାପଡେ ଯେ ଦିଲ୍ଲୀର ହାରାହାରି ୧.୧ ପ୍ରତିଶତ ମହିଳାଙ୍କର ଯୌନ ସହଭାଗୀ ଅଛନ୍ତି। ଅର୍ଥାତ୍ ହାରାହାରି ଜଣେ ମହିଳାଙ୍କର ଏକରୁ ଅଧିକ ସେକ୍ସ ପାର୍ଟନର ଥିବାବେଳେ ମଧ୍ୟପ୍ରଦେଶରେ ଏହି ସଂଖ୍ୟା ୨.୫ ପ୍ରତିଶତ, ଉତ୍ତରପ୍ରଦେଶରେ ୨.୨ ପ୍ରତିଶତ, ତାମିଲନାଡୁରେ ୨.୪ ପ୍ରତିଶତ, ଆସାମରେ ୨.୧ ପ୍ରତିଶତ ଏବଂ ହରିୟାଣାରେ ୧.୮ ପ୍ରତିଶତ ରହିଛି।

Get real time updates directly on you device, subscribe now.