fbpx

ସାମ୍ନାକୁ ଆସଲା ଫୁଟବଲ ଖେଳାଳିଙ୍କ କଳା କାରନାମା ,୧୦ହଜାରରୁ ଅଧିକ ଯୁବତୀଙ୍କ ସହ ରଖିଥିଲେ ସମ୍ପର୍କ…

ବର୍ତ୍ତମାନ ସମୟରେ ସମ୍ପର୍କ ରଖିବା ଏକ ସାଧାରଣ କଥା ହୋଇଗଲାଣି । ଆଉ ସମ୍ପର୍କକୁ ନେଇ ଯେଉଁ ସବୁ ଘଟଣା ସାମ୍ନାକୁ ଆସୁଛି ଆପଣ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ତାଙ୍କ ନାମରେ କେସ ଚାଲୁଥିବା ବେଳେ ପୀଡିତା ଜଣକ ଆହୁରି ଏକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି ।

ପୀଡିତା ଙ୍କ ବୟାନ ରେକର୍ଡ କରାଯାଉଥିବା ବେଳେ ସେ କହିଛନ୍ତି ଏହି ୨୮ ବର୍ଷିୟ ଫୁଟବଲର ବେଞ୍ଜାମିନ ମ୍ୟାଣ୍ଡି ଯୁବତୀଙ୍କର ଫୋନ ନେଇ ଯାଇଥିଲେ । ଏହାପରେ ସେ ଯୁବତୀଙ୍କୁ ତାଙ୍କ ବେଡରୁମ କୁ ନେଇ ତାଙ୍କୁ ବଳାତ୍କାର କରିଥିଲେ । ଯୁବତୀ ଜଣକ ଏହି ଘଟଣାରେ ଅଭିଯୋଗ କରିବା ପରେ ଆଉ ୪ଜଣ ଯୁବତୀ ମଧ୍ୟ ସାମ୍ନାକୁ ବହାରିଥିଲେ । ଆଉ ଫୁଟବଲର ଙ୍କ ନାମରେ ବଳାତ୍କାର କରିବାର ଅଭିଯୋଗ ଆଣିଲେ । ବର୍ତ୍ତମାନ ଚେଷ୍ଟର କ୍ରାଉନ କୋର୍ଟରେ ଏହି ଫୁଟବଲ ଖେଳାଳି ଙ୍କ ନାମରେ ଶୁଣାଣି ଚାଲିଛି ।

ତେବେ ଏହି ସମୟରେ ଯୁବତୀ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଯେତେବେଳେ ସେ ଫୋନ ପାଇଁ ମ୍ୟାଣ୍ଡିଙ୍କ ରୁମ ଭିତରେ ପଶିଲେ ସେ ଦେଖିଲେ ତାଙ୍କ ଫୋନ ମ୍ୟାଣ୍ଡିଙ୍କ ହାତରେ ଅଛି । ଏହାପରେ ମ୍ୟାଣ୍ଡି ରୁମ ଲକ କରିଦେଲେ । ଏହାପରେ ସେ କହିଥିଲେ ତୁମେ ଏହି ରୁମରୁ କୁଆଡେ ଯାଇ ପାରିବ ନାହିଁ । ଏହବାଦ ସେ କହିଥିଲେ ତୁମେ ପ୍ରଥମ ଯୁବତୀ ନୁହଁ ଯାହା ସହ ମୁଁ ଏମିତି କରିଛି ମୁଁ ୧୦ହଜାରୁ ଅଧିକ ଯୁବିତୀଙ୍କ ସହ ଏଭଳି କରିଛି ।
ବର୍ତ୍ତମାନ ମ୍ୟାଣ୍ଡିଙ୍କ ନାମରେ ୫ଜଣ ମହିଳାଙ୍କୁ ବଳାତ୍କାର କରିଥିବାର ଅଭିଯୋଗ ଆସିଛି । ଏବଂ ଏହାର ତଦନ୍ତ ମଧ୍ୟ ଚାଲିଛି ।

Get real time updates directly on you device, subscribe now.