fbpx
BJD SKY
BJD SKY

ସୁଧୁରିବ ସଂପର୍କ ! ହରିୟାଣାରେ ଯୁଦ୍ଧାଭ୍ୟାସ୍ କରିବାକୁ ପ୍ରସ୍ତୁତ ପାକିସ୍ତାନ

BJD

ନୂଆଦିଲ୍ଲୀ: ସୀମାରେ ଉତ୍ତେଜନା ମଧ୍ୟରେ ଭାରତ ଏବଂ ଚୀନ ଶୀଘ୍ର ଏକ ସଙ୍ଗେ ଯୁଦ୍ଧାଭ୍ୟାସରେ ଭାଗ ନେଇ ପାରନ୍ତି। କେବଳ ଏତିକି ନୁହେଁ ପାକିସ୍ତାନ ମଧ୍ୟ ସୁରକ୍ଷା ସଂପର୍କିତ ଏକ ଅଭ୍ୟାସରେ ଯୋଗ ଦେବାକୁ ଅକ୍ଟୋବରରେ ଭାରତ ଆସିପାରେ। ଖବର ଅନୁଯାୟୀ ରୁଷରେ ହେବାକୁ ଥିବା ଭୋସ୍ତୋକ ୨୦୨୨ ସୈନ୍ୟ ଅଭ୍ୟାସରେ ଭାରତ ଯୋଗ ଦେବ। ଏହା ପୂର୍ବରୁ ତିନି ଦେଶ ଭାରତ, ପାକିସ୍ତାନ ଏବଂ ଚୀନ ରୁଷରେ ଜାପଦରେ ଆୟୋଜିତ ସମରାଭ୍ୟାସରେ ଭାଗ ନେଇଥିଲେ।

ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ଆଧାରରେ ଭାରତରେ ଅକ୍ଟୋବରରେ ଅନ୍ତର୍ଜାତୀୟ ଆତଙ୍କବାଦ ନିରୋଧୀ ଯୁଦ୍ଧାଭ୍ୟାସ୍ ହୋଇପାରେ। ହରିୟାଣାର ମାନେସରରେ ଏହା ଆୟୋଜନ ହୋପାରେ ବୋଲି ଆଶା କରାଯାଉଛି। ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ବୈଦେଶିକ ମୁଖପାତ୍ର ଆସିମ ଇଫତିଖାର ଭାରତରେ ହେବାକୁ ଥିବା ଯୁଦ୍ଧାଭ୍ୟାସରେ ପାକିସ୍ତାନ ସାମିଲ୍ ହେବ ବୋଲି ସୂଚନା ଦେଇଛନ୍ତି।

ଖାସ୍ କଥା ଏହା ଯେ, ଚଳିତ ବର୍ଷ ଭାରତ ରିଜିଓନାଲ ଆଣ୍ଟି ଟେରୋରିଜିମ ଷ୍କକଚରର ଅଧ୍ୟକ୍ଷତା କରୁଛି। ଏଥିସହ ପାକିସ୍ତାନ, ଭାରତ, ରୁଷ ଏବଂ ସେଣ୍ଟ୍ରାଲ ଏସିୟାନ ରିପବ୍ଲିକ କ୍ଷେତ୍ରୀୟ ବ୍ୟବସ୍ଥାର ଅଂଶ। ଅନ୍ୟପଟେ ଭାରତର ୭୫ ଜଣିଆ ଟିମ୍ ରୁଷର ଭୋସ୍ତାକରେ ଆୟୋଜିତ ହେବାକୁ ଥିବା ସମରାଭ୍ୟାସରେ ସାମିଲ୍ ହେବ। ଏହି ଯୁଦ୍ଧାଭୟାସ୍ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ଆୟୋଜିତ ହୋଇପାରେ। ଏଥିରେ ବେଲାରୁସ, ମଙ୍ଗୋଲିଆ ଏବଂ ତାଜିକିସ୍ତାନ ସାମିଲ୍ ହେବେ।

Get real time updates directly on you device, subscribe now.