fbpx

୨ ଦିନରେ ମାଲାମାଲ ହେବେ ଏହିସବୁ ରାଶିର ବ୍ୟକ୍ତି: ଚନ୍ଦ୍ରମା-ଶୁକ୍ରଙ୍କ କୃପାରେ ମିଳିବ ଖୁସି ଖବର

ଓଡ଼ିଶା ଭାସ୍କର: ଜ୍ୟୋତିଶ ଶାସ୍ତ୍ର ଅନୁସାରେ ୯ ଗ୍ରହରେ ଚନ୍ଦ୍ରମା ସବୁଠାରୁ ଦ୍ରୁତ ବେଗରେ ଗତି କରିଥାନ୍ତି । ମାତ୍ର ଅଢେଇ ଦିନରେ ରାଶି ପରିବର୍ତ୍ତନ କରନ୍ତି ଚନ୍ଦ୍ରମା ଗ୍ରହ । ଏହି ସମୟ ମଧ୍ୟରେ ସେ ଅନ୍ୟ ଗ୍ରହମାନଙ୍କ ସହ ସମ୍ପର୍କ ସ୍ଥାପନ କରିଥାନ୍ତି । ତେବେ ଏହାର ପ୍ରଭାବ ସେହି ରାଶିର ବ୍ୟକ୍ତିବିଶେଷଙ୍କ ମାନସିକ ସ୍ଥିତି, ଧନ-ସମ୍ପତ୍ତି ଏବଂ ସମ୍ପର୍କ ଉପରେ ମଧ୍ୟ ପଡ଼ିଥାଏ । ତେବେ ଆଜି ଚନ୍ଦ୍ର ନିଜର ସ୍ଥିତି ପରିବର୍ତ୍ତନ କରିବା ସହିତ ରାଶି ପରିବର୍ତ୍ତନ ମଧ୍ୟ କରିବେ । ତେଣୁ ଏହାର ପ୍ରଭାବରେ ଅନେକ ଖୁସି ଖବର ପାଇପାରନ୍ତି ଏହି ରାଶିର ବ୍ୟକ୍ତିବିଶେଷ ।

ଡିସେମ୍ବର ୮ ତାରିଖ ଅର୍ଥାତ୍ ଆଜି ରାତି ୯.୩୫ ସମୟରେ ଚନ୍ଦ୍ରମା ତୁଳା ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ତେବେ ପୂର୍ବରୁ ତୁଳା ରାଶିରେ ଶୁକ୍ର ବିରାଜମାନ କରିଛନ୍ତି । ତେଣୁ ତୁଳା ରାଶିରେ ଶୁକ୍ର ଏବଂ ଚନ୍ଦ୍ରମାଙ୍କ ସଂଯୋଗରେ କଳାତ୍ମକ ରାଜଯୋଗ ସୃଷ୍ଟି ହେବ । ଏହି କଳାତ୍ମକ ରାଜଯୋଗ ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କୁ ଅନେକ ଶୁଭ ଫଳ ପ୍ରଦାନ କରିବ ଏବଂ ୨-୩ ଦିନ ମଧ୍ୟରେ କିଛି ରାଶିର ଲୋକ ଅନେକ ଲାଭବାନ୍ ହୋଇପାରିବେ ।

କର୍କଟ ରାଶି: ଚନ୍ଦ୍ରମାଙ୍କ ଗୋଚରରେ ସୃଷ୍ଟି ହେଉଥିବା କଳାତ୍ମକ ରାଜଯୋଗ କର୍କଟ ରାଶିର ଲୋକମାନଙ୍କ ପାଇଁ ଖୁବ ଲାଭଦାୟକ ହେବ । କର୍କଟ ରାଶିର ସ୍ୱାମୀ ଚନ୍ଦ୍ରମା ଏବଂ ସେ ଏହି ଜାତକର ଲୋକଙ୍କୁ ଅନେକ ଶୁଭଫଳ ଦେଇପାରନ୍ତି । ଏହି ଲୋକମାନଙ୍କୁ ଧନ-ସମ୍ପତ୍ତିରେ ଖୁବ ଫାଇଦା ମିଳିପାରିବ । ସେମାନେ ଘର, ଯାନବାହନ, ଗାଡ଼ି ଇତ୍ୟାଦି କିଣିବାର ଯୋଜନା କରିପାରନ୍ତି । ପାରିବାରିକ ଜୀବନ ଖୁବ ସୁନ୍ଦରମୟ ହେବ ଏବଂ ପୁରୁଣା ସାଙ୍ଗସାଥୀଙ୍କ ସହ ସାକ୍ଷାତ ହୋଇପାରେ । ଆପଣଙ୍କ ଜୀବନରେ ଧନ-ବିଳାସିତା ବୃଦ୍ଧି ପାଇବ ।

ତୁଳା ରାଶି: ତୁଳା ରାଶିରେ ହିଁ ଚନ୍ଦ୍ରମା ଏବଂ ଶୁକ୍ରଙ୍କ ସଂଯୋଗ ହେବାକୁ ଯାଉଛି । ତେଣୁ ଏହି କଳାତ୍ମକ ଯୋଗ ତୁଳା ରାଶିର ବ୍ୟକ୍ତିବିଶେଷଙ୍କୁ ବହୁତ ଲାଭ ପ୍ରଦାନ କରିବ । ଆପଣଙ୍କ ବ୍ୟକ୍ତିତ୍ୱରେ ସୁଧାର ଆସିବ । ଲୋକମାନେ ଆପଣଙ୍କ ଆଡ଼କୁ ଆକୃଷ୍ଟ ହେବେ ଏବଂ ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ଆସିବ । ଜୀବନର ଅନିଶ୍ଚିତତା ସମାପ୍ତ ହେବ । ସୁଖମୟ ଦିନର ଆରମ୍ଭ ହେବା ସହିତ ଚାକିରି-ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଲାଭ ମିଳିପାରିବ ।

ମକର ରାଶି: ମକର ରାଶିର ଲୋକଙ୍କ ପାଇଁ ମଧ୍ୟ କଳାତ୍ମକ ରାଜଯୋଗ ଖୁବ ପ୍ରଭାବଶାଳୀ ରହିବ । ଭଲ କାମ କରିବା ସହିତ ଉଚ୍ଚ ସ୍ତରରେ ସମ୍ମାନିତ ହୋଇପାରନ୍ତି ଏହି ରାଶିର ବ୍ୟକ୍ତିବିଶେଷ । ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ ଏବଂ କ୍ୟାରିୟରରେ ସ୍ଥିତି ଖୁବ ଭଲ ରହିବ । ବ୍ୟବସାୟରେ ଲାଭବାନ୍ ହେବେ ଏବଂ ପରିଶ୍ରମର ଉଚିତ୍ ପଳ ମିଳିପାରିବ । ବୈବାହିକ ଜୀବନରେ ଖୁସି ଆସିବ । ଏଥିସହିତ ନୂଆ ଘର ବା ଗାଡ଼ି ମୋଟର ଇତ୍ୟାଦି କିଣିବା ପାଇଁ ଯୋଜନା କରିପାରନ୍ତି ।

Get real time updates directly on you device, subscribe now.