fbpx

DeepFake Scamରୁ ବଞ୍ଚିବାର ମନ୍ତ୍ର ଦେଲେ PM ମୋଦୀ: AI କୁ ନେଇ ମାଷ୍ଟରପ୍ଲାନ

ନୂଆଦିଲ୍ଲୀ: AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି । ଡିପ୍ ଫେକ୍ ଭଳି ବିଭିନ୍ନ ସ୍କାମରୁ କିପରି ରକ୍ଷା ମିଳିପାରିବ, ସେ ନେଇ ସମସ୍ତଙ୍କମ ମୁଣ୍ଡରେ ଘାରିଛି ଚିନ୍ତା । ସେଲିବ୍ରିଟିଙ୍କ ପାଖରୁ ଆରମ୍ଭ କରି ବଡ଼ ବଡ଼ ଶିଳ୍ପପତି ଏବଂ ସାଧାରଣ ଲୋକ ଏହାର ସମାଦାର ଖୋଜିବାରେ ବ୍ୟସ୍ତ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ସମାଧାନ ସ୍ୱରୂପ ସଞ୍ଜିବନୀ କୋଜି ବାହାର କରିଛନ୍ତି । ଏଭଳି ସ୍କାମ ଇତ୍ୟାଦିରୁ ରକ୍ଷା ପାଇବା ପାଇଁ ଏକ ମାଷ୍ଟରପ୍ଲାନ ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଏହି ଡିପ୍ ଫେକକୁ ନେଇ ଗ୍ଲୋବାଲ ପାର୍ଟନରସିପ ଅନ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସମିଟ ବା ଜିପିଏଆଇ ସମିଟ-୨୦୨୩(GPAI Summit-2023) ବିଷୟରେ ଲିଙ୍କଡଇନ୍ ରେ ଏକ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରାଜଧାନୀ ଦିଲ୍ଲୀରେ ଆସନ୍ତା ସପ୍ତାହରେ ଡିସେମ୍ବର ୧୨ ତାରିଖରୁ ଏଆଇ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଲିଙ୍କଡଇନ୍ ପୋଷ୍ଟରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ମୋଦୀ କହିଛନ୍ତି ଯେ, ଭାରତ ନିଜର ସମସ୍ତ ଉଦ୍ଭାବନରେ ସମଗ୍ର ଦେଶକୁ ସାମିଲ ଆଗକୁ ବଢିବା ଉପରେ ଖୁବ ଗୁରୁତ୍ୱ ଦେଇଥାଏ । ଏହାସହିତ ସମସ୍ତ ଲକ୍ଷ୍ୟକୁ ଏକାସାଙ୍ଗରେ ହାସଲ କରିବା ପାଇଁ ସ୍ୱପ୍ନ ଦେଖିଥାଏ ଆମ ଦେଶ । ଭାରତ ଏକ ଯୁବପିଢୀଙ୍କ ଦେଶ, ଏଠାରେ ପ୍ରତିଭାବାନ ୱାର୍କଫୋର୍ସ ଏବଂ ଭାଇବ୍ରେଣ୍ଟ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମ ସାମିଲ ରହିଛି । ତେଣୁ ଏଆଇର ବିକାଶରେ ଭାରତ ନିଶ୍ଚୟ ପ୍ରମୁଖ ଯୋଗଦାନ ଦେବ ବୋଲି କହିଛନ୍ତି ମୋଦୀ ।

ଗତ ୯-୧୦ ବର୍ଷ ମଧ୍ୟରେ ଭାରତ ଜ୍ଞାନକୌଶଳ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛି । ଅନ୍ୟ ଦେଶକୁ ଯେଉଁ କାମ କରିବାକୁ ଯୁଗ ଯୁଗର ସମୟ ଲାଗିଛି, ଭାରତ ଏହାକୁ ଖୁବ କମ୍ ବର୍ଷ ଭିତରେ ହାସଲ କରି ନେଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ପିଏମ ମୋଦୀ ମଧ୍ୟ ଏକ ପୋଷ୍ଟ କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବୈଷୟିକ ଜ୍ଞାନକୌଶଳ, ନବସୃଜନ, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ କୃଷି ଭଳି କ୍ଷେତ୍ରରେ ଏଆଇର ସକରାତ୍ମକ ଫଳାଫଳ ପରିଲକ୍ଷିତ ହୋଇଛି ।

Get real time updates directly on you device, subscribe now.