fbpx

ବସି ବସି କାମ କରୁଥିଲେ ହୋଇପାରନ୍ତି ହାର୍ଟ ଆଟାକ୍ ଭଳି ରୋଗର ଶିକାର : ରିସର୍ଚ୍ଚ

ଏକ ସୁସ୍ଥ ଜୀବନଶୈଳୀ ପାଇଁ ଶରୀର ଏପଟ ସେପଟ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେଣୁ କୁହାଯାଏ ବ୍ୟାୟାମ ଶରୀରକୁ ଚଳପ୍ରଚଳ ରଖେ ଏବଂ ସୁସ୍ଥ ରହିବାକୁ ସାହାଯ୍ୟ କରେ । ଏକ ସୁସ୍ଥ ଶରୀର ପାଇଁ ବ୍ୟାୟାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ବିନା ହଲି ଝୁଲି ଗୋଟିଏ ସ୍ଥାନରେ ବସିବା ଦ୍ୱାରା ଅନେକ ପ୍ରକାରର ରୋଗ ଦେଖାଦେଇଥାଏ । ଦିନସାରା ଗୋଟିଏ ସ୍ଥାନରେ ବସିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପଡ଼ିଥାଏ । ଏହାଯୋଗୁଁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।

ଏକ ରିପୋର୍ଟ ଅନୁଯାୟୀ, ଦିନସାରା ବସିବା ଦ୍ୱାରା ଶରୀର ଉପରେ ବହୁତ ଖରାପ ପ୍ରଭାବ ପଡ଼ିଥାଏ । ବସିବାର ପ୍ରଭାବକୁ ଏଡାଇବା ପାଇଁ ଶରୀରକୁ ପ୍ରତି ଅଧ ଘଣ୍ଟାରେ ଏପଟ ସେପଟ ଆବଶ୍ୟକ । ଏଥିପାଇଁ ଆପଣ ପ୍ରତି ଅଧ ଘଣ୍ଟାରେ ଅତି କମରେ ପାଞ୍ଚ ମିନିଟ୍ ଚାଲିବାର ଅଭ୍ୟାସ କରିବା ଉଚିତ୍ । ମେଡିସିନ୍ ଆଣ୍ଡ ସାଇନ୍ସ ଇନ୍ ସ୍ପୋର୍ଟସ୍ ଆଣ୍ଡ ଏକ୍ସରସାଇଜ୍ ପତ୍ରିକାରେ ପ୍ରକାଶିତ ଏକ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ପ୍ରତି ଅଧ ଘଣ୍ଟାରେ ପାଞ୍ଚ ମିନିଟ୍ ଚାଲିବା ଦ୍ୱାରା ରକ୍ତଚାପ ଏବଂ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ ।

ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଲାଭଦାୟକ :-

ଏକ ରିସର୍ଚ୍ଚ ଅନୁଯାୟୀ, ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରତି ଅଧ ଘଣ୍ଟାରେ ପାଞ୍ଚ ମିନିଟ୍ ଚାଲିବା ଦ୍ୱାରା ରକ୍ତରେ ଶର୍କରା ସ୍ପାଇକ୍ ୬୦ ପ୍ରତିଶତ କମିଯାଏ । ଏହାର ତୁଳନାରେ ଦିନସାରା ବସିଥିବା ଲୋକଙ୍କ ମଧ୍ୟରେ ଏହା ୪ ରୁ ୫ ପ୍ରତିଶତ ଥିଲା । ନିୟମିତ ଶାରୀରିକ କାର୍ଯ୍ୟକଳାପ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ, ପ୍ରତି ଘଣ୍ଟାରେ ଗୋଟିଏ ମିନିଟ୍ ଚାଲିବା ଦ୍ୱାରା ରକ୍ତଚାପ ୫ ପ୍ରତିଶତ କମିଯାଏ ।

ମାନସିକ ସ୍ୱାସ୍ଥ୍ୟ ପାଇଁ ଭଲ :-
ନିୟମିତ ବ୍ୟାୟାମ କରିବା କେବଳ ଶାରୀରିକ ସ୍ୱାସ୍ଥ୍ୟ ଉପରେ ନୁହେଁ, ବରଂ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁମାନେ ଦିନସାରା ବସିବା ପରିବର୍ତ୍ତେ ପ୍ରତି ଅଧ ଘଣ୍ଟାରେ ପାଞ୍ଚ ମିନିଟ୍ ଚାଲନ୍ତି, ସେମାନେ କମ୍ କ୍ଲାନ୍ତ ଅନୁଭବ କରନ୍ତି । ତାଙ୍କର ମୁଡ୍ ମଧ୍ୟ ଭଲ ରୁହେ । ଚାଲିବା ଦ୍ୱାରା ତାଙ୍କୁ ଅଧିକ ଶକ୍ତି ମିଳିଥାଏ । ଏହି ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ପ୍ରତି ଘଣ୍ଟାରେ ଅଳ୍ପ ଚାଲିବା ଦ୍ୱାରା ମୁଡ ଭଲ ରହିଥାଏ । ଏହା ମଧ୍ୟ ଥକ୍କାପଣକୁ ହ୍ରାସ କରିବାରେ ଏବଂ ରକ୍ତଚାପ ଏବଂ ରକ୍ତରେ ଶର୍କରା ସ୍ତରରେ ଉନ୍ନତି ଆଣିବାରେ ସାହାଯ୍ୟ କରୁଥିବା ଦେଖାଯାଇଛି ।

ଚାଲିବାର ଫାଇଦା :-

ଦୀର୍ଘ ସମୟ ଧରି ବସିବା ଫଳରେ ମଧୁମେହ ଏବଂ ହୃଦରୋଗ ସମେତ ଅନ୍ୟାନ୍ୟ ଗୁରୁତର ରୋଗ ହେବାର ଆଶଙ୍କା ବଢ଼ିଯାଇଥାଏ । ଦିନସାରା ବସିଥିବା ବ୍ୟକ୍ତିଙ୍କ ତୁଳନାରେ ଯେଉଁମାନେ ନିୟମିତ ଚାଲନ୍ତି, ସେମାନଙ୍କୁ ରୋଗ ହେବାର ଆଶଙ୍କା କମ୍ ଥାଏ । ବୈଜ୍ଞାନିକମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ, କମ୍ ଶାରୀରିକ କାର୍ଯ୍ୟକଳାପ ଯୋଗୁଁ ଅକାଳ ମୃତ୍ୟୁ ହେବାର ଆଶଙ୍କା ବଢ଼ିଯାଇଥାଏ । ସବୁବେଳେ ବସିବାର ଖରାପ ପ୍ରଭାବକୁ ଏଡାଇବା ପାଇଁ ଆପଣ ଯୋଗ କରିପାରିବେ ।

Get real time updates directly on you device, subscribe now.