fbpx

‘ବରୀରୁ ନିଶ୍ଚିତ ଲଢିବି’, ଜାଣନ୍ତୁ ବିଜେଡି ଟିକେଟ୍ ନଦେଲେ କ’ଣ କରିବାକୁ କହିଲେ ଦେବାଶିଷ ନାୟକ

ଯାଜପୁର: ବିଜୁ ଜନତା ଦଳର ଗଡ଼ ଯାଜପୁର ବରୀ ନିର୍ବାଚନ ମଣ୍ଡଳିରେ ୨୦୨୪ ନିର୍ବାଚନ ପୂର୍ବରୁ ଦେଖା ଦେଇପାରେ ଦଳ ଅସନ୍ତୋଷ। ବରୀର ପୁର୍ବତ୍ତନ ବିଧାୟକ ଦେବାଶିଷ ନାୟକଙ୍କ ଏକ ବିୟାନକୁ ନେଇ ଏହି ଆକଳନ କରାଯାଉଛି। ଦେବାଶିଷ ହାଇଦ୍ରାବାଦ୍‌ରୁ ଫେରିବା ପରେ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବରୀ ନିର୍ବାଚନ ମଣ୍ଡଳିରେ ପୁର୍ବରୁ ବିଧାୟକ ଥିବା ଦେବାଶିସଙ୍କୁ ଗତ ୨୦୧୯ ନିର୍ବାଚନରେ ନିଜେଡି ଟିକେଟ୍ ଦେଇ ନଥିଲା । ଏହାପରେ ଦଳ ବରୀ ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ଦାସ୍‌ଙ୍କୁ ବରୀରୁ ଟିକେଟ୍ ଦେଇଥିଲା।

ତେବେ ଯଦି ୨୦୨୪ ରେ ବିଜେଡି ତାଙ୍କ ଟିକେଟ ନଦିଏ, ସେତେବେଳେ ସେତେବେଳେ ଦେଖାଯିବ ବୋଲି ମଧ୍ୟ ସେ କହିଛନ୍ତି। ସେହିପରି ହାଇଦ୍ରାବାଦରୁ ଫେରିବା ପରେ ବିଆରସ ପାର୍ଟି ବିଷୟରେ ପଚାରିବାରୁ, ସେ ଏହି ବିଷୟରେ କିଛି ଜାଣି ନଥିବା ଖାଇଥିଲେ ଏବଂ ମେଡିକାଲ କାମରେ ହାଇଦ୍ରାବାଦ ଯାଇଥିବା ସେ କହିଥିଲେ। ତେବେ ୨୦୧୯ ରେ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭା ପଠାଇବାକୁ କହିଥିଲେ, କିନ୍ତୁ ବର୍ତ୍ତମାନ ସୁଧା ସେପରି ନହେବାରୁ ସେ ଅସନ୍ତୁଷ୍ଟ ଥିବା ଆଲୋଚନା ହେଉଛି।

କିନ୍ତୁ ବର୍ତ୍ତମାନ ସୁଦ୍ଧା ଅନେକ ସମୟ ବିତିଗଲାଣି, ଏବଂ ବରୀର ରାଜନୀତିରେ ଅନେକ ପରିବର୍ତ୍ତନ ମଧ୍ୟ ଆସିଛି। ୨୦୧୯ରେ ବିଜେପିରୁ ଲଢୁଥିବା ଯୁବନେତା ବିଶ୍ୱ ରଞ୍ଜନ ମଲ୍ଲିକ ଏବେ ବିଜେଡିରେ । ଗତ ନିର୍ବାଚନରେ ବିପକ୍ଷରେ ଥାଇ ଖୁବ୍ କମ୍ ବ୍ୟବଧାନରେ ସେ ସୁନନ୍ଦାଙ୍କ ନିକଟରୁ ହାରି ଯାଇଥିଲେ। ଆଗାମୀ ନିର୍ବାଚନ ପାଇଁ ସେ ମଧ୍ୟ ବିଜେପି ଟିକେଟ୍ ପାଇବାକୁ ଆଶାୟୀ ଅଛନ୍ତି।

ଏବେ ଦେବାଶିସ୍ ବରୀରୁ ଲଢିବା କତା କହିବା ପରେ ବରୀରେ ବିଜେଡି ରାଜନୈତିକ ପାଣି ଗୋଳିଆ ହେବାକୁ ବସିଲାଣି। ତେବେ ୨୦୨୪ ନିର୍ବାଚନ ଦଳ ପାଇଛ ସହଜ ହେବନାହିଁ ବୋଲି ମଧ୍ୟ ସେ କହିଛନ୍ତି। ବର୍ତ୍ତମାନର ବିଧାୟିକା ମଧ୍ୟ ନିର୍ବାଚନ ମଣ୍ଡଳୀରେ ନିଜର ଆସନ ସହଜ ମାନୁ ନଥିବାରୁ ବାରମ୍ବରା ନିର୍ବାଚନ ମଣ୍ଡଳିରେ ନିଜର ସଂଗଠନ ସୁଦୃଢ଼ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଆଗକୁ ଦେଖିବାକୁ ରହିଲା ବରୀରେ ବିଜେଡି କାହାକୁ ପ୍ରାର୍ଥୀ କରୁଛି।

 

Get real time updates directly on you device, subscribe now.